ବବିଙ୍କ ଚକ୍ରବ୍ୟୁହରେ ଫସୁଛନ୍ତି ନବୀନ ପଟ୍ଟନାୟକ
ବନ୍ଧା ପଡିଛନ୍ତି ସୁପ୍ରିମୋ, ମୁକୁଳାଇବେ ଶ୍ରୀମୟୀ ମିଶ୍ର
କଥାରେ ନୁହେଁ ଲେଖାରେ ତୀର ମାରୁଛନ୍ତି ଶ୍ରୀମୟୀ
ରାଜ୍ୟରେ ଏକ ଦାୟିତ୍ୱପୂର୍ଣ୍ଣ ବିରୋଧି ଦଳ ଭାବେ ଅବତୀର୍ଣ୍ଣ ହୋଇଛି ବିଜୁ ଜନତା ଦଳ । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପରାଜୟର କାରଣ ବବି ଓ ପାଣ୍ଡିଆନ ବୋଲି ସମସ୍ତେ ଜାଣନ୍ତି । ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଅକ୍ତିଆରରେ ରଖିଥିଲେ ବବି-ପାଣ୍ଡିଆନ । ଟିକେଟ ବାଣ୍ଟିବା ଠାରୁ ଯେ ନିର୍ବାଚନରେ ପ୍ରଚାର କରିବା ପର୍ଯ୍ୟନ୍ତ ସବୁଥିରେ ଦଖଲ କରୁଥିଲେ ଏହି ଦୁଇ ନେତା । ଯାହାର ପରିଣତି ଆପଣମାନେ ସମସ୍ତେ ଦେଖିଲେ । ପରାଜୟକୁ ଶହେ ଦିନ ବିତିଗଲାଣି ଏହାରି ଭିତରେ ବିଜୁ ଜନତା ଦଳରେ ବିରାଟ ପରିବର୍ତ୍ତନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ନିତି ଶଙ୍ଖଭବନରେ ଦଳୀୟ କର୍ମୀଙ୍କ ଠାରୁ ଯେ ନେତାଙ୍କୁ ଭେଟୁଛନ୍ତି । ଯିଏ ବିଜେଡିରୁ ମୁହଁ ଫେରାଇ ନେଉଥିଲେ ସେମାନଙ୍କୁ ମଧ୍ୟ କଳେ ବଳେ କୌଶଳେ ବାନ୍ଧି ରଖିଛନ୍ତି ନବୀନ । ନିର୍ବାଚନ ପୂର୍ବରୁ ବବି-ପାଣ୍ଡିଆନଙ୍କ ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ଅନେକ ଦଶା ଭୋଗିବାକୁ ପଡିଥିଲା । ପ୍ରଥମେ ଖରାତରାରେ ବୁଲାଇଲେ ଟିକେଟ ଦେବେ କହିଲେ ହେଲେ ଶେଷରେ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭାରୁ ପ୍ରାର୍ଥୀ କରାଇଲେ । କିନ୍ତୁ ନବୀନଙ୍କ ଯାଦୁରେ ସବୁକିଛି ଭୁଲି ଶ୍ରୀମୟୀ ମିଶ୍ର ଶଙ୍ଖଭବନରେ ନଜର ଆସୁଛନ୍ତି । ବିରୋଧି ଦଳ ଭାବେ ଅବତୀର୍ଣ୍ଣ ହୋଇ ମୋହନ ସରକାରଙ୍କୁ ଟାର୍ଗେଟ କରିବା ସହ ଶଙ୍ଖଭବନରେ ମଧ୍ୟ ବବିଙ୍କ ଠାରୁ ପ୍ରତିଶୋଧ ନେଉଛନ୍ତି ଶ୍ରୀମୟୀ । ସୋସିଆଲ ମିଡିଆରେ ଆକ୍ଟିଭ ଶ୍ରୀମୟୀ ଅପା କଥାରେ ନୁହେଁ ବରଂ ନିଜ ଲେଖାରେ ତୀର ମାରୁଛନ୍ତି । ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବ ଯାଜପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କିନ୍ତୁ ଦଳୀୟ କର୍ମୀଙ୍କ ଠାରୁ ଯେ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ କୌଣସି ଆଡୁ ମଧ୍ୟ ପ୍ରଣବଙ୍କୁ ଗ୍ରୀନ ସିଗନାଲ ମିଳୁନାହିଁ । ହେଲେ କ୍ଷମତାରେ ଅନ୍ଧ ବବି ନିଜ ଜିଦରେ ଅଟଳ । ନିଜ ଜାଲରେ ଶଙ୍ଖପତିଙ୍କୁ ଫସାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଦେକିବାକୁ ଅପେକ୍ଷା ନବୀନଙ୍କୁ ବବିଙ୍କ ଚକ୍ରବ୍ୟହରୁ କିପରି ବାହାର କରୁଛନ୍ତି ନବୀନଙ୍କ ଛାୟା ନେତ୍ରୀ ଶ୍ରୀମୟୀ ଅପା ।