ପାର୍ବଣର ଆଗମନରେ ହସୁଛି କାଶତଣ୍ଡି

ପାର୍ବଣର ଆଗମନରେ ହସୁଛି କାଶତଣ୍ଡି

ପାର୍ବଣ ଋତୁର ଆଗମନରେ ଗାଁ, ଠୁ ସହର ସବୁଠି ହସୁଛି କାଶତଣ୍ଡି | ନଈପଠା, ଜମି ହୁଡ଼ା, ରାସ୍ତାକଡ ଚାରିଆଡେ ଭରି ରହିଛି କାଶତଣ୍ଡି ଫୁଲର ସମ୍ଭାର | ଏହାର କୌଣସି ସୁଗନ୍ଧ ନଥିଲେ ମଧ୍ୟ ଏହାର ମନୋରମ ଦୃଶ୍ୟ ମନରେ ଆନନ୍ଦ ଦେବା ସହିତ ପ୍ରକୃତିର ଶୋଭା ବଢ଼ାଇଥାଏ | ସତେ ଯେମିତି ମା ଦୁର୍ଗାଙ୍କ ଆଗମନ କୁ ସ୍ୱାଗତ ଜଣାଇବାପାଇଁ କାଶତଣ୍ଡି ଫୁଲରେ ସଜେଇ ହୋଇ ରହିଛି ଧରଣିରାଣୀ | ସକାଳ ଆଉ ସନ୍ଧ୍ୟାର ସୂର୍ଯ୍ୟ କିରଣ କାଶତଣ୍ଡି ର ଅପରୂପ ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରିଥାଏ | ଶରତ ଋତୁରେ ଆବିର୍ଭାବ ହୋଇ ଶାରଦୀୟ ଦୁର୍ଗା ପୂଜା ପର୍ଯ୍ୟନ୍ତ ଏହିଫୁଲ ଧରାପୃଷ୍ଠରେ ନିଜର ସୌନ୍ଦର୍ଯ୍ୟ ବିକିରଣ କରି ବାଣ୍ଟିଥାଏ |

ଏହା ଭଗବାନଙ୍କ ଏକ ବରଦାନ ବୋଲି ମତଦେଇଛନ୍ତି କବି ଓ ପ୍ରକୃତି ପ୍ରେମି | ସମସ୍ତ ଦେବାଦେବୀଙ୍କୁ ସ୍ୱାଗତ ଜଣାଇ ମା ଜଗତଜନନୀ ଙ୍କ ମେଲାଣିପରେ ଧରାପୃଷ୍ଠାରେ ଶାନ୍ତି ପ୍ରତିଷ୍ଠା କରିବାର ସଂକେତ ଦେଇ ଧୀରେ ଧୀରେ ମୌଳିଯାଇଥାଏ |

author

Related Articles

Leave a Reply

Your email address will not be published. Required fields are marked *