ଗଛ ଲଗାଇ ଖୁସି ହେଲେ

ଗଛ ଲଗାଇ ଖୁସି ହେଲେ

ଅନୁଷ୍ଠିତ ହୋଇଯାଇଛି ଚାରା ରୋପଣ କାର୍ଯ୍ୟକ୍ରମ | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ , ଜାତୀୟ ସେବା ଯୋଜନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ଗ୍ରାମର ଉଭୟ ସଡ଼କ ପାର୍ଶ୍ଵରେ ଚ଼ାରା ରୋପଣ କରାଯାଇଥିଲା । ଏହି ପରିପେକ୍ଷୀରେ ଉଦଘାଟନୀ ଉତ୍ସବରେ ପଞ୍ଚାୟତ କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଏକ ସଭାର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ସଭାପତିତ୍ୱ ହୋଇଥିବା ବେଳେ | ମେରାପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ମୁଖ୍ୟବକ୍ତା ମୋହନା ବନ ବିଭାଗର ବନରକ୍ଷୀ ବନ୍ଦ୍ୟା ଗମାଙ୍ଗ ଓ ସମ୍ମାନୀତ ଅତିଥି ବନରକ୍ଷୀ ଗଙ୍ଗାଧର ଭୂୟାଁ, ବରିଷ୍ଠ ଅଧ୍ୟାପକ ପ୍ରଣବାନନ୍ଦ ପାଟୋସୀ, ମନୋରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ।

ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତାକୁମାରୀ ଶତପଥୀଙ୍କ ନେତୃତ୍ଵରେ ପ୍ରାୟ ୬୦ରୁ ଉର୍ଦ୍ଧ୍ଵ ଛାତ୍ର/ଛାତ୍ରୀ ଯୋଗ ଦେଇଥିଲେ।ପ୍ରଥମ ଦିବସରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟକ ଚ଼ାରା ରୋପଣ କରାଯାଇଥିଲା।ଏହି ଚାରା ରୋପଣ କାର୍ଯ୍ୟକ୍ରମ ୨୮ତାରିଖରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି ।

author

Related Articles

Leave a Reply

Your email address will not be published. Required fields are marked *