ଭାଷଣ ଅଧାରୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ!

ଭାଷଣ ଅଧାରୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ!

ଭାଷଣ ଅଧାରୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ . ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ବଡ଼ଚଣାରେ ପହଂଚିଥିଲେ . ଆଉ ସେଠାରେ ଜନସଭାକୁ ସମ୍ବୋଧିତ କରିଥିଲେ . ଯାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି . ମଂଚରେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ବେଳେ ଭୁଲିଗଲେ ଯାଜପୁରରେ କେତୋଟି ନିର୍ବାଚନ ମଣ୍ଡଳୀ ରହିଛି . ୪ଟି ନା ୭ଟି ଏହା ଭିତରେ କଫ୍ୟୁଜ ହୋଇଗଲେ . ତେବେ ଭୁଲିଯିବେନି ବା କହିଁକି ? ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେଡିକୁ ସହ ଯାଜପୁରର ତିନି ପରିବାରକୁ ଟାର୍ଗେଟ କରିବାକୁ ଟିକେ ଫୁରସତ ପାଇଥିଲେ ତ ନିର୍ବାଚନ ମଣ୍ଡଳୀ କେତୋଟି ଠିକ ଭାବେ ମନେ ପକାଇନାନ୍ତେ . ସେ ତ ତାଙ୍କ ପୁରା ଭାଷଣରେ ନବୀଙ୍କ କ୍ରୀତଦାସଙ୍କ କଥା ଆଲୋଚନା କରୁଥିଲେ . ତେବେ ପରେ ପାଖରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ କାନରେ ୭ଟି ନର୍ବାଚନ ମଣ୍ଡଳୀ ବୋଲି କହୁଛନ୍ତି . ଯାହାର ଭିଡିଓ ବର୍ତମାନ ଭାଇଣାଲ ହେବାରେ ଲାଗିଛି .ଶୁଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ ?

ତେବେ ଏହି ଅବସରରେ ବିଜେଡିକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ .କହିଥିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୁରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା . ଯାଜପୁର ଜିଲ୍ଲା ବଡ଼ ଚଣାରେ ଦଳୀୟ ସଭାମଂଚରୁ ଏମିତି ମନ୍ତବ୍ୟ ରଖିବା ସହ . ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ ବର୍ଷିଥିଲେ ମୋହନ ମାଝୀ .ନାଁ ନନେଇ ବିକାଶ ନାଁରେ ୩ ପରିବାର ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲା ର ତଦନ୍ତ ହେବ ବୋଲି କହିଲେ .

କେବଳ ସେତିକି ନୁହେଁ ନାଁ ନନେଇ ତିନି ନେତାଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ. ଆଉ କହିଥିଲେ ଗୋଟିଏ ନୁହେଁ ତିନି ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ଲୁଟିଛନ୍ତି .ଯିଏ ନବୀନଙ୍କ କ୍ରିତଦାସ କହୁଥିଲେ ଯାଜପୁରକୁ ସମୃଦ୍ଧ କରିବେ ସେମାନଙ୍କୁ ଆପଣ ପୁରା ଯବାବ ଦେଇଛନ୍ତି . ବିଗତ ସରକାରରେ ଅବହେଳିତ ସବୁ ଲୋକଙ୍କୁ ସୁବିଧା ମଳିବ ବୋଲି କହି ବିଜେପିକୁ ଓଡିଶରେ ଏକ ନମ୍ବର କରିବାକୁ ଯାଜପୁର ବାସୀଙ୍କୁ ଆହ୍ୱାନ ଦେଇଥିଲେ. ଦଳୀୟ ସଭା ମଂଚରୁ ବିଜେଡି ଉପରେ କଡା ପ୍ରତିକ୍ରିୟା ରଖିଥିଲେ .

author

Related Articles

Leave a Reply

Your email address will not be published. Required fields are marked *