ରାଜ୍ୟ ସରକାର ଅକ୍ଟୋବର- ଡିସେମ୍ବର ତ୍ରୈମାସିକରେ ୪୦୦୦ କୋଟି ଟଙ୍କା ଋଣ କରିବେ .ନଭେମ୍ବର ଓ ଡିସେମ୍ବରରେ ସରକାର ଏହି ଋଣ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାକ୍ତ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି .ସରକାର ନଭେମ୍ଭର ମାସରେ ୧୦୦୦ କୋଟି ଟଙ୍କା ଏବଂ ଡିସେମ୍ଭର ମାସରେ ୩୦୦୦ କୋଟି ଟଙ୍କା ଋଣ କରିବେ .ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା କରି ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡିକର ବଜାର ଋଣର ଏକ ସମ୍ଭାବ୍ୟ ଋଣ କ୍ୟାଲେଣ୍ଡର ଜାରି କରିଛି .ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ରାଜ୍ୟକୁଡିକ ବଜାରରୁ ୩,୨୦,୧୨୧ କୋଟି ଟଙ୍କାର ଋଣ କରିବେ ବୋଲି ରିଜର୍ଭ ବ୍ୟାଙ୍କକୁ ଜଣାଯାଇଛି .ସାପ୍ତାହିକ ଭିତିରେ ଏଥିପାଇଁ ନିଲାମ ହେବ .ଓଡିଶା ସରକାର ନଭେମ୍ବର ୧୯,ଡିସେମ୍ବର ୩ ଡିସେମ୍ବର୧୭ ଓ ଡିସେମ୍ବର ୨୪ରେ ହେବାକୁ ଥିବା ନିଲାମରେ ଅଂଶଗ୍ରହଣ କରିବେ .ପ୍ରତିଥର ବଜାରରୁ ୧୦୦୦ କୋଟି ଟଙ୍କାର ଋଣ ଆଣିବେ ବୋଲି ସୂଚନା ଦିଆଯାଇଛି .
ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡିକର ପ୍ରକୃତରେ କେତେ ଟଙ୍କା ଋଣ କରିବେ ତାହା ନିଲାମର କିଛି ଦିନ ପୂର୍ବରୁ ଜଣାପଡିବ .ରାଜ୍ୟଗୁଡିର ଆବଶ୍ୟକତା ,ଭାରତ ସରକାରଙ୍କ ଅନୁମୋଦନ ଓ ବଜାର ସ୍ଥିତି ଉପରେ ତାହା ନିର୍ଭର କରିବ .ବଜାର ସ୍ଥିତିକୁ ନଜରରରେ ରଖି ଏହି ନିଲାମକୁ କିଭଳି ନିବିଛନ୍ନ ଭାବେ ସମ୍ପାଦନ କରିହେବ ତାହା ଉପରେ ରିଜର୍ଭ ବ୍ୟାଙ୍କ ଧ୍ୟାନ ଦେଉଛି .ଅପରପକ୍ଷେ ଅର୍ପଣ ଚାଉଲ ନିଲାମକୁ ବିରୋଧ କରାଯାଇଛି . ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ଓଡିଶାରେ ଅଗଣିତ ଭକ୍ତ ପ୍ରଦାନ କରିଥିଲେ ଅର୍ପଣ ଚାଉଳ .ପ୍ରାୟ ୧୪ହଜାର କୁଇଟାଲ ଅର୍ପଣ ଚାଉଳ ବିଭିନ୍ନ ଜିଲ୍ଲାରୁ ସଂଗୃହିତ ହୋଇ ଶ୍ରୀକ୍ଷେତ୍ର ଆସିଥିଲା . ପ୍ରାଥମିକ ପର୍ଯ୍ୟାୟରେ ପାଖାପାଖି ୪ହଜାର କୁଇଂଟାଲ ଚାଉଳ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା . ସେଥିରୁ ମହାପ୍ରସାଦ ପ୍ରସ୍ତୁତ କରି ସାଧାରଣ ଲୋକଙ୍କୁ ମାଗଣାରେ ଦୀର୍ଘ ୨ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବଂଟାଯାଇଥିଲା . କିନ୍ତୁ ଏବେ ଏହାକୁ ସରକାର ନିଲାମ କରିବେ ବୋଲି କହୁଛିନ୍ତି . ଯାହାକୁ ବିରୋଧ କରାଯାଉଛି