ଦଶହରା ପରେ ବିଜେପିରେ ହେବ ବଡ ହଲଚଲ !
ଜିଦରେ ଅଟଳ ଅପରାଜିତା ବଢିଲା ମୋହନଙ୍କ ଟେନସନ !
ମୋହନଙ୍କ ମନ୍ତ୍ରୀ ମଣ୍ଡଳ ଭାଙ୍ଗିବାକୁ ଅପରାଜିତାଙ୍କ ପ୍ଲାନିଂ !
ହଁ ଦର୍ଶକବନ୍ଧୁ ଦଶହରା ପରେ ବିଜେପିର ହେବାକୁ ଯାଉଛି ବଡ ପରିବର୍ତ୍ତନ । ଭାଙ୍ଗିଯିବ ମୋହନଙ୍କ ମନ୍ତ୍ରୀମଣ୍ଡଳ । ପୁରୁଣା ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ନୂଆ ମନ୍ତ୍ରୀମଣ୍ଡଳ ଗଢିବେ ମୋହନ । ବାଦ ପଡିବେ ଅନେକ ମନ୍ତ୍ରୀ ଏବଂ ଯୋଡି ହେବେ ନୂଆ ନେତା । ଅଭିମାନୀ ରାଜଧାନୀ ରାଣୀଙ୍କୁ ନେଇ ଉଠୁଥିଲା ପଡୁଥିଲା ବିଜେପି ପାର୍ଟି ଅଫିସ । ଆଉ ଶେଷରେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ବିଜେପି ସରକାର । କାହିଁକିନା ଦୀର୍ଘ ଦିନ ହୋଇଯିବ ଅପରାଜିତାଙ୍କ ମଉନକୁ ନେଇ ଗଣମାଧ୍ୟମରେ ନାନାଦି ପ୍ରଶ୍ନ ଉଠୁଥିଲା । ନିଜ ଦଳରେ କମ ନଜର ଆସୁଥିଲେ ସାଂସଦ ମ୍ୟାଡାମ । ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ପରିବର୍ତ୍ତନର ନାରା ଦେଉଥିବା ଖୋଦ ଭୁବନେଶ୍ୱରରେ ସାଂସଦ ବିଜେପି ସରକାର ହେବା ପରେ ସତେ ଯେମିତି ବିଜେପି ସହିତ ବ୍ରେକଅପ କରିଦେଇଛନ୍ତି । ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛୁକ ଥିଲେ ଅପରାଜିତା କିନ୍ତୁ ତାହା ହେଲା ନାହିଁ । ଯେଉଁଥି ପାଇଁ ସେ ଦଳ ଉପରେ ଖପ୍ପା ରହିଛନ୍ତି ।
ଏବଂ ଅପରାଜିତାଙ୍କ ଆନୁଗତ୍ୟ କାହାକୁ ମଧ୍ୟ ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନାହିଁ । ଯାହାକୁନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ଅପରାଜିତା । ଏବଂ ଗୋଟିଏ ଦଳରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି । ସରକାରକୁ ଆସିବା ପରେ ଶାସକ ଦଳରେ କିଛି ବି ଠିକ ନାହିଁ ଯାହା ବିଜେପି ହାଇକମାଣ୍ଡଙ୍କ ଚିନ୍ତା ବଢାଇ ଦେଇଛି । ଶାସକ ଦଳରେ ପୁଣିଥରେ ସବୁକରିଛି ଠିକ କରିବା ପାଇଁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିବା ପାଇଁ ଏପରି କିଛି ନିଷ୍ପତ୍ତି ନେଇପାରନ୍ତି ଦଳର ହାଇକମାଣ୍ଡ । କାହିଁକିନା ଅନେକ ମନ୍ତ୍ରୀଙ୍କ ପାଖରେ ଏକରୁ ଅଧିକ ବିଭାଗ ରହିଛି ଯାହାକୁ ଅନ୍ୟ ବିଧାୟକ ମାନଙ୍କୁ ହସ୍ତାନ୍ତର କରି ମନ୍ତ୍ରୀମଣ୍ଡଳକୁ ସମ୍ପ୍ରସାରଣ କରିବ ବିଜେପି । ଅନ୍ୟପଟେ ମଧ୍ୟ କିଚି ପୁରୁଖା ନେତାଙ୍କୁ ଦଳ ମନ୍ତ୍ରୀ ପଦବୀ ଦେଇନାହିଁ । ସେମାନଙ୍କୁ ମନେଇବା ପାଇଁ ଦିଲ୍ଲୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । ତେବେ ଦେଖିବାକୁ ଅପେକ୍ଷା ନିଜ ଦଳକୁ ଆୟତ୍ତ କରି ରଖିବାରେ କେତେ ସଫଳ ହେଉଛନ୍ତି ବିଜେପି ହାଇକମାଣ୍ଡ ।