ବିଜେପି ଚଲାଉଛି ଗୋଟି ଖାଲି ହେଉଛି ବିଜେଡିର ଘର । ଦଳୀୟ କର୍ମୀଙ୍କୁ ବାନ୍ଧି ରଖିବାରେ ଫେଲ ମାରୁଛି ନବୀନଙ୍କ ଏଜେଣ୍ଡା । ହଁ ଦର୍ଶକବନ୍ଧୁ ଭୁବନେଶ୍ୱର ବିଜେଡିର ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି । ଗୋଷ୍ଠୀ କନ୍ଦଳରେ ଫାଟି ପଡୁଛି ଶଙ୍ଖଶିବିର । ଶଙ୍ଖଭବନର କଳିକୁ ଅକ୍ତିଆର କରିବାକୁ ନବୀନ ଅଣ୍ଟା ଭିଡିଥିବା ବେଳେ ଭାଙ୍ଗିବାରେ ଲାଗିଛି ବିଜେଡିର ଦୁର୍ଗ । ପାରାଦୀପରେ ଦୁର୍ବଳ ହେଉଛି ବିଜେଡି । ବଢିବାରେ ଲାଗିଛି ବିଜେପିର ଶକ୍ତି । ରଣନୀତି ପ୍ରସ୍ତୁତ କରି ଦଳର ଗୋଟିଏ ପରେ ଗୋଟିଏ ନେତାଙ୍କୁ ନିଜ ଅକ୍ତିଆରକୁ ନେବାରେ ଲାଗିଛି । ହଁ ଆଜ୍ଞା ଭାଙ୍ଗିଯାଇଛି ବିଜେଡିର 24 ବର୍ଷର ବଡ ଦୁର୍ଗ । ପାରାଦୀପରେ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ ନବୀନଙ୍କ ହାତ ଛାଡି ମୋହନଙ୍କ ହାତ ଧରିଛନ୍ତି । ପାରାଦୀପ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ବିଜେଡିର ନଅ ଜଣ ସମିତି ସଭ୍ୟ ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ସ୍ୱାଇଁଙ୍କ ଉପସ୍ଥିତିରେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ଯାହା ବିଜେଡିର ନେତୃବୃନ୍ଦ ଉପରେ ପ୍ରଶ୍ନ ଉଠାଇଛି । ଗୋଟିଏ ପଟେ ଭୁବନେଶ୍ୱର କଳିକୁ ଆୟତ୍ତ କରିବାରେ ଅସଫଳ ହେଉଥିବା ନବୀନ କିପରି ଦଳୀୟ କନ୍ଦଳର ସମାଧାନ କରାଇବେ ସେ ଟେନସନର ସୁପ୍ରିମୋ । ତେବେ ପାରାଦୀପରେ ସମ୍ୱିତ ରାଉତରାୟ ତୃଣମୂଳ ସ୍ତରରୁ ନିଜ ଦଳକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ହାତରୁ ଖସିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ନେତା । ବିଜେପି ତାର ହାତ ମୁଠାକୁ ଟାଣ କରିବାରେ ଲାଗିଛି । ଦିନକୁ ଦିନ ପାରାଦୀପରେ ବିଜେଡିର ଦୁର୍ଗ ଭୁଶୁଡିବାରେ ଲାଗିଥିବା କଥା କହିଛନ୍ତି ଖୋଦ ଶିଳ୍ପମନ୍ତ୍ରୀ ସପଂଦ ସ୍ୱାଇଁ । ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡିରେ ଅସାମିଜିଙ୍କ ଅରଜକତା ପାଇଁ ବିଜେଡି ଛାଡି ନେତାମାନେ ବିଜେପିକୁ ଆପେ ଆପେ ଡିଆଁ ମାରୁଛନ୍ତି । କେବଳ ପାରାଦୀପ ନୁହଁ ଗୋଟିଏ ପରେ ଗୋଟିଏ ଜିଲ୍ଲାର ଜନତା ଶଙ୍ଖ ଦଳକୁ ପ୍ରତ୍ୟାଖାନ କରି ପଦ୍ମ ଦଳରେ ସାମିଲ ହେଉଛନ୍ତି ।
You can share this post!
author