ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନ ବିଭାଗ ପକ୍ଷରୁ ଉମା ବିଟର କଚେରମାଳ ଗାଁ ନିକଟରୁ ବିପୁଳ ପରିମାଣର କେନ୍ଦୁ କାଠ ଗଣ୍ଡି ଜବତ କରାଯାଇଛି l କୌଣସି ସୂତ୍ରରୁ ଖବର ପାଇ କଣ୍ଟାମାଳ ରେଞ୍ଜର ଙ୍କ ନେତୃତ୍ୱରେ ଏକ ଟିମ କଚେରମାଳ ଗାଁ ନିକଟରେ ଚଢ଼ାଉ କରି ପ୍ରାୟ 40ଗୋଟି କେନ୍ଦୁ କାଠଗଣ୍ଡି ଚୋରା ଚାଳାଣ ପାଇଁ ରଖାଯାଇଥିବା ବେଳେ ଏହାକୁ ଜବତ କରାଯାଇଛି l କଣ୍ଟାମାଲ ବନବିଭାଗ ଅଂଚଳ ରେ କାଠ ଚୋରା ଚାଲାଣ ଦିନକୁ ଦିନ ବଢୁଥିବା ବେଳେ ଛେଇ ସୋଇଛି ବନବିଭାଗ l
ଏହି ଅଞ୍ଚଳ ରେ ଗଛ କଟାଯାଇ ଗଣ୍ଡି ଚାଲାଣ ହେଉଛି କିନ୍ତୁ ବନବିଭାଗ କିପରି ଜାଣି ପାରୁନି ଏହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଅନ୍ୟାପକ୍ଷେ ଜବତ କାଠ ଯାହାର ମୂଲ୍ୟ ଆଠ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି l ତେବେ କାଠ ଗଣ୍ଡି ଗୁଡିକୁ ଜବତ କରି ଅଧିକ ତଦନ୍ତ ଚଲାଇଛି ବନବିଭାଗ l