ତେବେ ନୂଆ ସରକାର ଆସିବା ଦିନଠାରୁ ଅନେକ କିଛି ପରିବର୍ତନ ହୋଇଛି . ଏହାରି ଭିତରେ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଥିଲେ . ଏବେ ସ୍କୁଲ ପିଲାଙ୍କ ୟୁନିଫର୍ମରେ ପରିବର୍ତନ କରାଯିବା ପରେ କାଳେ ଆହର କେନ୍ଦ୍ରରେ ମିଳୁଥିବା ୫ ଟଙ୍କା ମିଲକୁ ସରକାର ପରିବର୍ତନ କରିବେ ଲୋକେ ଭାବୁଛନ୍ତି . କାରଣ ପୂର୍ବରୁ ମଧ୍ୟ ସ୍କୁଲ ଡ୍ରେସ ରଙ୍ଗ ପରିବର୍ତନ ହେବ ବୋଲି କିଛି ସୂଚନା ନଥିଲା କିଛି ପରେ ପରିବର୍ତନ ଆବଶ୍ୟକ ଥିଲା ତେଣୁ ପରିବର୍ତନ ହେଲା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ . ସେହିପରି ଏବେ ୫ଟଙ୍କାରେ ମିଳୁଥିବା ଖାଦ୍ୟରେ ଆଗକୁ ହୁଏତ ୫୦ରେ ମିଳିବ ତାହା କହିହେବନି . ସରକାର ଚାହଁଲେ ତା କରିପାରିବେ ବୋଲି ଲୋକେ ଆଲୋଚନା କରୁଛନ୍ତି . ୟୁନିଫର୍ମ ର ରଙ୍ଗ ପରିବର୍ତନକୁ ନେଇ ପୂର୍ବ ସରକାର ରାଜନୈତିକ ଉଦେଶ୍ୟ ରଖି ରଙ୍ଗ ପରିବର୍ତନ କରିଥିଲେ .କିନ୍ତୁ ଆମ ସରକାର କୈାଣସି ରାଜନୈତିକ ଉଦେଶ୍ୟ ନରଖି କାର୍ଯ୍ୟ କରୁଛନ୍ତି .ରଙ୍ଗ ପରିବର୍ତନ ଆବଶ୍ୟକ ଥିଲା ତେଣୁ ପରିବର୍ତନ କରାଗଲା ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ .ଏବେ ଛାତ୍ରଛାତ୍ରୀ ନୂଆ ବାଦାମୀ ରଙ୍ଗର ୟୁନିଫର୍ମ ପରିଧାନ କରିପାରିବେ ,ସରକାରଙ୍କ ତରଫରୁ ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ .
ଏହାକୁ ନେଇ ଅଭିବାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି . ସ୍କୁଲ ୟୁନିଫର୍ମ ବଦଳିବା ଯେମିତି ଗୋଟେ ରାଜନୈତିକ ପରମ୍ପରା ହୋଇଯାଇଛି . କେଉଁଠିନା କୋଉଁଠି ପିଲାମାନଙ୍କୁ ନେଇକି ରାଜନୈତିକ ପ୍ରତିଦ୍ୱନ୍ଦିତା ଚାଲିଛି . ପିଲାମାନେ କୈାଣସି ରାଜନୈତିକ ଦଳର ପସାପାଲିରେ ସାମିଲ ନୁହେଁ ବୋଲି ଆମେ କହିବାକୁ ଚାହୁଁ . ଏଭଳି ପିଲାଳିଆମି କାମ ରୁ ଦୁରେଇ ରହି . ଶିକ୍ଷା ଉପରେ ଧ୍ୟାନ ଦେଲେ ଆମେ ଆପଣଙ୍କୁ ସ୍ୱାଗତ କରିବୁ ବୋଲି କହିଛନ୍ତି ଅଭିବାବକ ସଂଘ ସଭାପତି .ଠିକ ସେହିପରି ଅଲ ଓଡିଶା ସ୍କୁଲ ଆସୋସିଏସ ପକ୍ଷରୁ ପୋଷାକର ରଙ୍ଗ ପରିବର୍ତନ କୁ ବିରୋଧ କରାଯାଇଥିଲା . ଚଳିନ ବର୍ଷ ନବମ ଦଶମ ଶ୍ରେଣୀର ପୋଷାକ ରଙ୍ଗ ପରିବର୍ତନ ନ କରିବା ପାଈଁ ସଂଘ ଦାବି କରିଥିଲା . ଏମିତି ହେଲେ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେବ ବୋଲି କହିଥିଲେ କୁହାଯାଇଥିଲା .