ବିଜେଡିର ଶୋଚନୀୟ ପରାଜୟ ପରେ ଶଙ୍ଖଭବନରେ ବାଉଳେଇ ହେଉଛନ୍ତି ବିଜେଡି ନେତା । ତିନିମାସ ବିତି ଯାଇଥିଲେ ସୁଦ୍ଧା ପରାଜୟର ସମୀକ୍ଷା କରିବା ପାଇଁ ନିତି ଶଙ୍ଖଭବନରେ ବସୁଛି ଘନ ଘନ ବୈଠକ । ବୈଠକରେ ଦଳୀୟ ଶୀର୍ଷ ନେତୃତ୍ୱ ଦେଉଛନ୍ତି ବିସ୍ପୋରକ ବୟାନ । ଘର ସଜାଡିବାରେ ବ୍ୟସ୍ତ ଥିବା ନବୀନଙ୍କ ମୁହଁରେ ମୁହଁରେ ଜବାବ ଦେଉଛନ୍ତି ବିଜେଡିର ପୁରୁଖା ନେତା । ପ୍ରଦୀପ ମାଝୀ ଓ ବଦ୍ରି ପାତ୍ରଙ୍କ ପରେ ଏବେ ପଡିଛି ରାଜୁଙ୍କ ପାଳି । କିନ୍ତୁ ଫରକ ଏତିକି ରାଜୁ ଏଠାରେ ନିଜ ଦଳୀୟ ନେତା ନୁହଁ ବରଂ ନିଜ ଖୋର୍ଦ୍ଧା ମାଟିର ଜନସାଧାରଣଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି । ଶଙ୍ଖଭବନର ସମୀକ୍ଷା ବୈଠକରେ ରାଜୁ ଯେଉଁଭଳି ବିଳାପ କଲେ ତାହାକୁ ନେଇ ଚର୍ଚ୍ଚା ବଢୁଛି । ରାଜୁଙ୍କର ଖୋର୍ଦ୍ଧା ପ୍ରେମକୁ ପଦାରେ ପକାଇଦେଇଛି ରାଜୁଙ୍କର ଭାଇରାଲ ହେଉଥିବା ଏହି ଅଡିଓ ।
ହଁ ଦର୍ଶକବନ୍ଧୁ ପାଇକ ମାଟିର ଖୋର୍ଦ୍ଧା ଗଡରେ ବିଧାୟକ ହୋଇ ଆସୁଥିଲେ ରାଜୁ କିନ୍ତୁ ସେହି ଖୋର୍ଦ୍ଧାର ଜନସାଧାଣଙ୍କୁ ରାଜୁ ଏପରି କହିବା ପରେ ତେଜିଛି ରାଜ୍ୟ ରାଜନୀତି । ଲାଗାତାର ଭାବେ ଖୋର୍ଦ୍ଧା ମାଟିରୁ ବିଧାୟକ ହୋଇ ଆସୁଥିଲେ କିନ୍ତୁ ଯେତେବେଳେ ହାରିଗଲେ ସେହି ଲୋକଙ୍କୁ ନିନ୍ଦା କରିଛନ୍ତି । କହିଛନ୍ତି ଭିତିରି ଛୁରା ମାରନ୍ତି ।
ଶଙ୍ଖ ଭବନରେ ଆୟୋଜିତ ଖୋର୍ଦ୍ଧା ଜିଲ୍ଲାର ସମୀକ୍ଷା ବୈଠକରେ ରାଜୁଙ୍କ ଏପରି ବିଳାପ ପରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ-ବିଜେଡି । ଗଣମାଧ୍ୟମ ସାମ୍ନାରେ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି ଆଉ କେହି ଜଣେ ଶତ୍ରୁ ଏହି ଭିତିରି କଥାକୁ ପଦାରେ ପକାଇଛି । ଅନ୍ୟପଟେ କଂଗ୍ରେସର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ସୋନାଲୀ ସାହୁ ରାଜୁଙ୍କୁ କଡା କାଉଣ୍ଟର କରିଛନ୍ତି ଏବଂ ଏହା ରାଜୁଙ୍କ ବୌଦ୍ଧିକ ବାଚଳାମି ବୋଲି କହିଛନ୍ତି । ଏହି ଘଟଣା ତେଜିବା ପରେ ଖୋଦ ଖୋର୍ଦ୍ଧାର ବାହୁବଳୀ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।