ସମାଧାନ ପାଇଁ ପ୍ରତିଶୃତି ଦେଲେ ପ୍ରଦୀପ

ସମାଧାନ ପାଇଁ ପ୍ରତିଶୃତି ଦେଲେ ପ୍ରଦୀପ

ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି ପକ୍ଷରୁ ୭ମ ସାଧାରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଳକ ସମ୍ମିଳନୀ ସଭା ଗୃହରେ ବିଡ଼ିଓ ରାଜୀବ କୁମାର ଦାସଙ୍କ ସଂଯୋଜନା ଏବଂ ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବରଙ୍କ ସଭାପତିତ୍ତ୍ଵରେ ଆୟୋଜିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଜନ ପ୍ରତିନିଧିଙ୍କୁ ପଚାରି ବୁଝିଥିଲେ l ମୋହନା ବ୍ଳକ ରେ ଅଧିକାଂଶ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି l ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଣୁ ସୁସମାଧାନ ପାଇଁ ଉପାୟ ବାହାର କରିବା ପାଇଁ କିଛି ଜନପ୍ରତିନିଧି ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ବ୍ଳକର ବିଭିନ୍ନ ପଞ୍ଚାୟତରେ ରହିଥିବା ସମସ୍ୟା ଗୁଡ଼ିକୁ ଧୀରେ ଧୀରେ ସମାଧାନ କରାଯିବ ବୋଲି ସାଂସଦ ପ୍ରତିଶୃତି ଦେଇଛନ୍ତି l ବୈଠକରେ ଉପସ୍ଥିତ ୩୯ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ସାଂସଦଙ୍କୁ ଅବଗତ କରାଇଥିଲେ l

ବିଶେଷ କରି ବ୍ଲକର ଉନୟନ ମୂଳକ କାର୍ଯ୍ୟ ଧିମେଇଯିବା,ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଭିନ୍ନ ପଞ୍ଚାୟତରେ ଟାୱାର ସ୍ଥାପନ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ନିର୍ମାଣ,ବର୍ଷ ବର୍ଷ ଧରି ବିଲ୍ ଟଙ୍କା ପୈଠ ହେଉନଥିବା, ପାନୀୟ ଜଳ ସମସ୍ୟା ଦୂରୀକରଣ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ l ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ୍ ମୋହନା ପ୍ରତି ପ୍ରଶାସନ ଜାଣିଶୁଣି ଚ଼ରମ ଅବହେଳା ପ୍ରଦର୍ଶନ କରୁଥିବା ନେଇ ପୂର୍ବତନ ଅଡ଼ବା ଜିଲ୍ଲାପରିଷଦ ସଭ୍ୟ ତଥା ମୋହନା ସମିତି ସଭ୍ୟ ବାଳକୃଷ୍ଣ ମଳିକ ଅଭିଯୋଗ କରିଥିଲେ। ସାଂସଦ ଓ ବିଧାୟକଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ମହିଳା ସଂଘ ଫୁଲ ବର୍ଷା କରି ଓ ବାଜା ବଜାଇ ବିପୁଳ ଭାବରେ ସ୍ୱାଗତ କରିଥିଲେ । ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷl କୁନ୍ତଳା ମଲ୍ଲିକ, ବ୍ଳକ ଉପାଧ୍ୟକ୍ଷl ବାଲମିନା ଅଧିକାରୀ ଓ ତହସିଲଦାର ସତ୍ୟବାନ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *