ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ମୁରୁକି ମୁରୁକି ହସୁଛି କାଶତଣ୍ଡୀ । ହାଲୁକା ହାଲୁକା ସୁଗନ୍ଧିତ ପବନର ତାଳେ ତାଳେ ନାଚି ଉଠୁଛି ପ୍ରକୃତିର ଏହି ଅପୂର୍ବ ସୃଷ୍ଟି । କାଶତଣ୍ଡୀ ଫୁଲର ଏହି ଖିଲି ଖିଲି ହସ କହୁଛି ଆସିଯାଇଛି ପାର୍ବଣର ଋତୁ । ରାସ୍ତାକଡ ହେଉ କି ନଇପଠା ସବୁଆଡେ ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । ମାଆ ଆସୁଛନ୍ତି ବୋଲି ପୁଲକିତ ହୋଇ ଉଠିଛି ପ୍ରକୃତି ରାଣୀ । ହାଲୁକା ପବନରେ ହଲି ଝୁଲି ମାଆଙ୍କୁ ଆବାହନ କରିବା ସହିତ ଧରାପୃଷ୍ଠର ଶୋଭା ମଣ୍ଡନ କରୁଛି କାଶତଣ୍ଡୀ ଫୁଲର ଏହି ସମାହାର । ତେବେ ଆସନ୍ତୁ ଜାଣିବା କାହିଁକି ଶରତ ଋତୁରେ କାଶତଣ୍ଡୀ ଫୁଲର ଆଗମନ ହୋଇଥାଏ । କଣ ରହିଛି ଏହି କାଶତଣ୍ଡୀ ଫୁଲର ରହସ୍ୟ ।
ଗଣେଷ ପୂଜା ଆରମ୍ଭରୁ କାଶତଣ୍ଡୀ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ ମାଆଙ୍କ ମେଲାଣି ପରେ କାସତଣ୍ଡୀ ଫୁଲ ମଉଳି ଯାଇଥାଏ । ପୁରାଣ ଯୁଗରେ କାହଣୀ ଗରିବ ଘର ଝିଅଟି ନା ତାହାର କାଶତଣ୍ଡୀ ପ୍ରତିଦିନ ନଇପଠାକୁ ବୁଲିବାକୁ ଯାଇଥାଏ । ଏବଂ ସେହି ରାଜ୍ୟର ରାଜକୁମାର ସେହିବାଟେ ଯାଅ ଆସ କରନ୍ତି । ରାଜକୁମାରଙ୍କୁ ଦେଖି ତାଙ୍କ ପ୍ରେମରେ ପଡିଯାଇଥିଲା କାଶତଣ୍ଡୀ । ଆଉ କାଶତଣ୍ଡୀର ରୂପ ମଧ୍ୟ ରାଜକୁମାରଙ୍କୁ ପାଗଳ କରିଦେଇଥିଲା । କାଶତଣ୍ଡୀକୁ ମନ ଦେଇ ବସିଲେ ରାଜକୁମାର । ଧୀର ଧୀରେ ଦୁହିଁଙ୍କ ପ୍ରେମ ନିବିଡ ହେବାକୁ ବସିଲା । ଦୁହେଁ ଖୋଲା ଆକାଶରେ ବୁଲି ନିଜର ପ୍ରେମକୁ ସାଉଁଟିବାକୁ ଲାଗିଲେ ।
କିନ୍ତୁ ଦଇବ ସାହା ହେଲା ନାହିଁ । ମହାରାଜାଙ୍କ କାନରେ ଏହି କଥା ପଡିବା ପରେ ସବୁକିଛି ଏପଟ ସେପଟ ହୋଇଗଲା । ଗୋଟେ ଗରିବ ଝିଅ ଏ ରାଜ୍ୟର ଭାବି ରାଣୀ ହେବ ଏହି କଥାକୁ ସହଜରେ ଗ୍ରହଣ କଲେ ନାହିଁ ମହାରାଜା । ପୁଅକୁ ନଦୀ ପଠାରୁ ଧରି ଆଣିବା ପାଇଁ ସୈନ୍ୟ ସାମନ୍ତ ପଠାଇଲେ । ନଇ ପଠାରେ ବସି ଦୁଇ ପ୍ରେମ ପକ୍ଷୀ ପ୍ରେମର ମୁହୁର୍ତ୍ତକୁ ଉପଭୋଗ କରୁଥିବା ବେଳେ ପହଞ୍ଚିଗଲେ ସୈନ୍ୟ ସାମନ୍ତ । ସେନାପତି ରାଗିକରି ରାଜକୁମାରଙ୍କୁ କହିଲେ ଏ କଣ ରାଜକୁମାର ଏ ଗରିବ ଝିଅ ପାଇଁ ଆପଣ ରାଜମହଲ ଛାଡି ଆସିଛନ୍ତି । ଆମ ସହ ରାଜମହଲ ଚାଲନ୍ତୁ ବୋଲି ରାଜକୁମାରଙ୍କୁ କହିଲେ ସେନାପତି । କିନ୍ତୁ ନିଜ ଜିଦରେ ଅଟଳ ରାଜକୁମାର ସୁନ୍ଦରୀ କାଶତଣ୍ଡୀକୁ ନନେଇ ମହଲକୁ ଫେରିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଥିଲେ ।
ଏହି ଖବର ରାଜା ଶୁଣିବା ପରେ ରାଗିଗଲେ ମହାରାଜା ଏବଂ କାଶତଣ୍ଡୀକୁ ସେଇଠି କବର ଦେଇ ରାଜକୁମାରଙ୍କୁ ମହଲକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ । ଆଉ ଶେଷରେ ସେୟା ହିଁ ହେଲା । କାଶତଣ୍ଡୀକୁ କବର ଦେବା ସମୟରେ ସେ ରାଜକୁମାରଙ୍କୁ କହିଉଠିଲା ଯାଅ ମହାରାଜା ଯାଓ ମତେ କେବେ ଝୁରି ହେବନି । ମହାରାଜା ଏ ରାଜ୍ୟର ମଙ୍ଗଳ ପାଇଁ ଆଦେସ ଦେଇଛନ୍ତି । ତାଙ୍କ ମନରେ ଦୁଃଖ ଦେଇ ଆମେ ରହିପାରିବାନି । ଏହାଶୁଣି ରାଜକୁମାର କହିଲେ ମୁଁ ତୁମ ବିନା ବଞ୍ଚିପାରିବନି କାସତଣ୍ଡୀ । ମୁଁ ମଧ୍ୟ ଆତ୍ମହତ୍ୟା କରିଦେବି । ପ୍ରେମର ଦ୍ୱାହି ଦେଇ କାଶତଣ୍ଡୀ କହିଲା ନା ରାଜକୁମାର ତମେ ଯାଅ ପ୍ରତିବର୍ଷ ମତେ ଅପେକ୍ଷା କରିବ । ଶରତ ଋତୁରେ ଆମର ମିଳନ ହେବ । ମାଆଙ୍କ ଆଗମନରେ ମୁଁ ମଧ୍ୟ ତମ ପାଖକୁ ଆସିବି । ଏତିକି କହି ନିଜର ଜୀବନ ହାରିଦେଲା କାଶତଣ୍ଡି । ଏବଂ ନିଜର ଭଙ୍ଗା ହୃଦୟ ଧରି ମହଲକୁ ଫେରିଗଲେ ଏବଂ କେବେ ବିବାହ କରିବେ ନାହିଁ ବୋଲି ଶପଥ ନେଲେ । ପ୍ରତିବର୍ଷ ଶରତ ଋତୁର ଆଗମନ ହେଲେ ନଇପଠାକୁ ନିଜର ପ୍ରିୟତମା କାଶତଣ୍ଡୀକୁ ଭେଟିବା ପାଇଁ ଧାଇଁ ଆସନ୍ତି ରାଜକୁମାର । ହଁ ଦର୍ଶକବନ୍ଧୁ ଏହା ହିଁ ଥିଲା ପ୍ରକୃତି ରାଣୀ କାଶତଣ୍ଡୀର ସୁନ୍ଦର କାହାଣୀ ।