ଯାଜପୁରରେ ଉପନିର୍ବାଚନ ହେବ ! ଗୁଜବ

ଯାଜପୁରରେ ଉପନିର୍ବାଚନ ହେବ  ! ଗୁଜବ

ତେବେ ବିଗତ କିଛି ଦିନ ହେବ . ଯାଜପୁରରେ ଉପନିର୍ବାଚନ ହେବା ନେଇ ଗୁଜବ ପ୍ରକାସ ପାଇଥିଲା .ଆଉ ବବି ଦାସ ସୁଜାତାଙ୍କ ସ୍ଥାନରେ ର୍ନିବାଚନ ଲଢ଼ିବେ ବୋଲି କୁହାଯାଉଥିଲା .ଏହି ଗୁଜବ ଏଭଳି ପ୍ରକାସ ପାଇଥିଲା କିଛି ଦିନ ମଧ୍ୟରେ ପବନ ପରି ଚାରିଆଡେ ଖେଳିଯାଇଥିଲା . ଆଉ ଏହି ଗୁଜବକୁ ଖୋରାକ ଯୋଗାଇ ଥିଲା ଗାନ୍ଧୀ ଜୟନ୍ତୀରେ ଅବସରରେ ଦଶରଥପୁରରେ ଜନସମ୍ପର୍କ ପଦଯାତ୍ରାରେ ବବି ଦେଇଥିବା ଭାଷଣ .

ଯେଉଁଠାରେ ସେ କହିଥିଲେ ବିଜେପି ଚାହୁଁନି ଯାଜପୁରର ଡେଭଲପମେଂଟ ହେଉ ବୋଲି . . ମୋର ଲୋକଙ୍କ ଆଶ୍ରୀବାଦ ଭଲ ପାଇବା ମିଳିଲେ ହେଲା ମୋର କ୍ଷମତାଦରକାର ନାହିଁ . ଉପସ୍ଥିତ ଲୋକଙ୍କୁ ବବି କହିଥିଲେ ବିରୋଧି ଯାଜପୁରର ବିକାଶ ଚାହୁଁନାହଁନ୍ତି ସେଥିପାଇଁ ତାଙ୍କ ନାମରେ ଅପପ୍ରଚାର ଚଳାଇଛନ୍ତି . ଯାଜପୁର ପାଇଁ ଆଜି ସେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି . ଏହା ପରେ ଯାଜପୁର ଉପନିର୍ବାଚନ ହେବା ନେଇ ଖବର ପ୍ରକାଶ ପାଇଁଥିଲା .ପରେ ଏହି ଖବର ସୁଜାତା ସାହୁଙ୍କ ପାଖରେ ପହଂଚିବା ପରେ .ପରେ ସୁଜାତା ଗଣମାଧ୍ୟରେ ନିଜ ପ୍ରତିକ୍ରିୟା ରଖି କହିଥିଲେ ସେ ଇସ୍ତଫା ଦେଉନାହାଁନ୍ତି ବୋଲି . ଯାଜପୁରରେ ଉପନିର୍ବାଚନର କୌଣସି ସମ୍ଭାବନା ନାହିଁ .

ତେବେ ଏବେବି ଲୋକଙ୍କ ମନରେ ଏହାକୁ ନେଇ ହଜାର ପ୍ରଶ୍ନ ଉକ୍ତିମାରୁଛି . ଏହି ଗୁଜବକୁ କିଏ ପ୍ରଚାର କରିଥିଲା . ତେବେ ଏହାକୁ ନେଇ ଲୋକେ କହୁଛନ୍ତି . ଏଭଳି କରି ଜନତାଙ୍କ ମନ ପରଖା ଯାଉଛି . ଯଦି ଜନ ମତ ଯାଏ ତେବେ ଉପନିର୍ବାଚନ ହେବା କିଛି ବଡ କଥା ନୁହେଁ . ଅପରପକ୍ଷେ ସମର୍ଥକ ମାନଙ୍କ କହିବା ଅନୁସାରେ କେହି ଯାଣିଶୁଣି ଏପରି କରିଥାଇ ପରେ . ତେବେ ଧ କୁ ଧର ଅର୍ଥାତ . କିଏ ଏମିତି କରିଛି ତାହା ଧରିଲେ ଯଣାପଡ଼ିଯିବ . ତେବେ ଆପଣ କୁହନ୍ତୁ ଏହା କଣ ବିବିଙ୍କ ବିରୁଦ୍ଦରେ କାହାର ଷଡ଼ଯନ୍ତ୍ର ନା ଜନ ମତ ଜାଣିବା ପାଇଁ ଏପରି କରାଯାଇଥିଲା .

ତେବେ ଏଥର ସାଧାରଣ ନିର୍ବାଚନରେ ସମ୍ଭଲପୁର ଭଳି ଏକ ହଟ ସିଟରୁ .ବିଜେପି ଧର୍ମେନ୍ଦ୍ରପ୍ରଧାନଙ୍କୁ ଟିକଟ ଦେଇଥିବା ବେଳେ ବିଜେଡି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ଟିକଟ ଦେଇଥିଲା . ଆଉ ଏଥିରେ ବବିଙ୍କୁ ହରାଇ ଗଡ଼କୁ ହାତକୁ ନେଇଥିଲେ ଧର୍ମେନ୍ଦ୍ର . ଏହି ମହାସମରରେ ବବି ହାରିବା ପରେ ସେ ପୁଣି ଥରେ ବିଧାନସଭାକୁ ଯିବାକୁ ଚାହୁଁଛନ୍ତି ବୋଲି ଏଭଳି କିଛି ଗୁଜଲ ପ୍ରକାଶ ପାଇଥିଲା .

author

Related Articles

Leave a Reply

Your email address will not be published. Required fields are marked *