ଆଜି ପୁଣି ଆକାଉଣ୍ଟକୁ ଆସିବ ୧ ଟଙ୍କା …

ଆଜି ପୁଣି ଆକାଉଣ୍ଟକୁ ଆସିବ ୧ ଟଙ୍କା …

ଆଜି ପୁଣି ଆକାଉଣ୍ଟକୁ ଆସିବ ୧ ଟଙ୍କା । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ଆଜି ସନ୍ଧ୍ୟାରେ ୧ ଟଙ୍କା ଆସିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତେବେ ଆସନ୍ତା ୯ ତାରିଖରେ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବାକୁ ଯାଉଛି । ତେବେ ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା ‘ ଟଙ୍କା ପାଇବେ, ସେହି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆଜି ପରୀକ୍ଷାମୂଳକ ୧ ଟଙ୍କା ଆସିବ। ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୩୨ ଲକ୍ଷ ଏମ୍ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଯାହା କ୍ଲିୟରାନ୍ସ ଆସିବ ୯ ତାରିଖରେ ସେମାନଙ୍କ ଖାତା ଟଙ୍କା ଆସିବ। ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରେ ‘ସୁଭଦ୍ରା’ ଟଙ୍କା ମିଳିବ। ଆଜି ସୁଦ୍ଧା ‘ସୁଭଦ୍ରା’ ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କ ଆବେଦନ ପୂରଣ ହୋଇପାରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *