ଥମୁନି ସୁର-ଶ୍ରୀମୟୀଙ୍କ ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ !

ଥମୁନି ସୁର-ଶ୍ରୀମୟୀଙ୍କ ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ !

ଦିନକୁ ଦିନ ଉଗ୍ର ରୂପ ନେଉଛି ଶ୍ରୀମୟୀ ମିଶ୍ର ଏବଂ ସୁର ରାଉତରାୟଙ୍କ ବିବାଦ । ପରସ୍ପରକୁ କରୁଛନ୍ତି ତୀବ୍ର ସମାଲୋଚନା । କେତେବେଳେ କିଏ କାହାକୁ ସୁପଣଖା କହୁଛନ୍ତି ତ ଆଉ କିଏ କାହା ପରିବାରକୁ ନେଇ ଟିପ୍ପଣୀ ଦେଉଛନ୍ତି । ହଁ ଆଜ୍ଞା, ବିଜେଡି ନେତା ମନ୍ମଥ ରାଉତରାୟ ଏବଂ ଶ୍ରୀମୟୀ ମିଶ୍ର ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ଶ୍ରୀମୟୀ ଏବଂ ସୁର ରାଉତରାୟଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ପରସ୍ପରକୁ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ବାକ୍ୟବାଣରେ ଘାଇଲା କରୁଛନ୍ତିା ଯାହାକୁ ନେଇ ରାଜନୀତିର ମାହୋଲ ସରଗରମ ହେବା ସହ ଏବେ ଏହି ଦୁଇ ଜଣଙ୍କୁ ନେଇ ରାଜ୍ୟରେ ଚହଳ ମଧ୍ୟ ପଡିଛି । ତେବେ ଗଣମାଧ୍ୟମରେ ସୁର ରାଉତରାୟ ଏବଂ ଶ୍ରୀମୟୀଙ୍କ ମଧ୍ୟରେ ବାକ ଯୁଦ୍ଧ ଚାଲିଥିବା ଖବର ବାରମ୍ବାର ବାଜିବା ପରେ ବରିଷ୍ଠ ନେତା ସୁର ରାଉତରାୟ ଶ୍ରୀମୟୀଙ୍କୁ ନିଜ ନାତୁଣୀ କହି ଗଣମାଧ୍ୟମ ଏମାନଙ୍କୁ ବଦନାମ କରୁଥିବା ଦର୍ଶାଇଥିଲେ ।

ତେବେ ସୁର ଗଣମାଧ୍ୟମକୁ ଦୋଷ ଦେଇ ଶ୍ରୀମୟୀଙ୍କୁ ନାତୁଣୀ କହି ଥଣ୍‌ଡା ପଡିଯାଇଥିଲେ । କିନ୍ତୁ ଶ୍ରୀମୟୀଙ୍କ ରାଗ ଆଦୌ ଥଣ୍ଡା ହୋଇନି । ଯେବେଠାରୁ ସେ ପୁଣି ରାଜନୀତି ଏବଂ ବିଜେଡିରେ ସକ୍ରିୟ ହୋଇଛନ୍ତି ସେବେଠାରୁ ସେ ଆଉ ଚୁପ ହୋଇ ବସିନାହାନ୍ତି । ତାଙ୍କୁ ଅସମ୍ମାନ କରିଥିବା ଲୋକଙ୍କୁ ଏବଂ ତାଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ସୁର ରାଉତରାୟଙ୍କୁ ସେ ପରୋକ୍ଷରେ ଖୁବ ନିନ୍ଦା କରିଛନ୍ତି । ତେବେ ସେ ଗଣମାଧ୍ୟମ ସାମ୍ନାକୁ ନଆସି ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରି ନିଆଁରେ ଘିଅ ଢାଳିଛନ୍ତି । ତେବେ ସେ ଲେଖିଛନ୍ତି ଯେ, ନିଜଘରେ ହଜାରେ ଫାଙ୍କ, ଆଉ ୟେ ବାହାରିଲେ ଉପରେ ପଡ଼ି ପରଘରେ ମାମଲାତି କରିବାକୁ । ଅବଶ୍ୟ ବୟସ ବଢ଼ିଲେ ଏସବୁ ବାଚାଳାମି ବାହାରେ । ଆମଘର ଲୋକଙ୍କୁ ସାର୍ଟିଫିକେଟ ଦେବାପାଇଁ ଆମ ମୁଖିଆ ଅଛନ୍ତି, ଭଡ଼ାଟିଆଙ୍କୁ ପଚାରେ କିଏ? ଏପରି ଲେଖି ସେ ସୁର ରାଉତରାୟଙ୍କୁ କଡା ସମାଲୋଚନା କରିଛନ୍ତିା ଆଉ ଶ୍ରୀମୟୀଙ୍କ ଏପରି ଆକ୍ଟିଭନେଓ ଦେଖି ୟୁଜର୍ସମାନେ ମଧ୍ୟ ଶ୍ରୀମୟୀଙ୍କୁ ଖୁବ ସପୋର୍ଟ କରୁଛନ୍ତି । କିନ୍ତୁ ଯାହାଙ୍କ ପାଇଁ ଏ ଦୁଇ ଜଣ ମୁହାଁମୁହିଁ ହୋଇଛନ୍ତି ସେ କିନ୍ତୁ ପୂରା ନିଦା ବିଷ୍ଣୁ ସାଜିଛନ୍ତି । ତେବେ ଦେଖାଯାଉ ଆଗକୁ ଏ ପ୍ରସଙ୍ଗ କେଉଁ ରୂପ ନେଉଛି ଏବଂ ଶ୍ରୀମୟୀଙ୍କ ରାଗ କିଏ ଥଣ୍ଡା କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *