ଆରମ୍ଭ ହେଲା ବିଜେପିର ଡାଉନଫଲ୍‌ କମବ୍ୟାକ କରୁଛନ୍ତି ରାହୁଲ !

ଆରମ୍ଭ ହେଲା ବିଜେପିର ଡାଉନଫଲ୍‌ କମବ୍ୟାକ କରୁଛନ୍ତି ରାହୁଲ !

ହରିୟାଣା ଏବଂ ଜମ୍ମୁ କାଶ୍ମୀରରୁ ଆରମ୍ଭ ହେବ କି ବିଜେପିର ଡାଉନଫଲ୍ । ମୋଦିଙ୍କୁ କଡା ଟକ୍କର ଦେଇ କମବ୍ୟାକ କରିବେ କି ରାହୁଲ । ଏଭଳି କିଛି ଆଶଙ୍କା ଏବେ ସମସ୍ତ ଗଣମାଧ୍ୟମ ଏବଂ ରାଜନୈତିକ ମହଲରେ ବଢି ବଢି ଚାଲିଛି । କାହିଁକି ନା ବିଭିନ୍ନ ଗଣମାଧ୍ୟମର ଏକଜିଟ୍ ପୋଲର ଆକଳନ ଅନୁସାରେ କଂଗ୍ରେସକୁ ବହୁମତ ମିଳିବାର ସମ୍ଭାବନା ଅଧିକ ରହିଛି । ଏବଂ ଓଡିଶାରେ ମଧ୍ୟ ଏହିଭଳି ଆଶଙ୍କା କରାଯାଉଛି । ଏବଂ ବିଜେପିର ଡାଉନଫଲ ଏହିଠାରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ବଢି ବଢି ଚାଲିଛି । ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ସମ୍ଭାବନା ରହିଛିା ସେହିପରି ୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। କଂଗ୍ରେସ ରେକର୍ଡ ୫୦ରୁ ଅଧିକ ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି। ହରିୟାଣାର ବିଧାନସଭା ଆସନ ସଂଖ୍ୟା ହେଉଛି ୯୦। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। କିନ୍ତୁ ଅନେକ ସମୟରେ ଏହି ଏକଜିଟ୍ ପୋଲ ଏବଂ ଏକଜାଟ୍ ପୋଲରେ ଫରକ ପରିଲକ୍ଷିତ ହୋଇଛି । ଗତ ନିର୍ବାଚନରେ ବିଜେପି ୪୦୦ ପାର୍ କରିବା ନେଇ ଆକଳନ କରାଯାଉଥିଲା । ଏପରିକି ବିଜେପି ନେତାମାନେ ମଧ୍ୟ ଦୃଢୋକ୍ତି ପ୍ରକାଶ କରୁଥିଲେ । କିନ୍ତୁ ବିଜେପି ମାତ୍ର ୨୪୦ ସିଟରେ ହିଁ ସୀମିତ ରହିଗଲା । ତେଣୁ ଏହି ଦୁଇ ରାଜ୍ୟରେ କଂଗ୍ରେସ ଯେ ବହୁମତ ପାଇବ ସେନେଇ ସନ୍ଦେହ ମଧ୍ୟ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *