ନୂଆ ସରକାର ଆସିଲା ହେଲେ ଲୋକଙ୍କୁ ନୂଆ ଆଶା ବଦଳରେ ନିରାଶା ମିଳିଲା । ବିଜେପି ସରକାରକୁ ରାଜ୍ୟରେ ତିନିମାସ ବିତିଯାଇଥିଲେ ସୁଦ୍ଧା ନବୀନଙ୍କ କ୍ରେଜକୁ ଭେଦ କରିବାରେ ଅସଫଳ ମୋହନ ସରକାର । ହଁ ଦର୍ଶକବନ୍ଧୁ ଶହେ ଦିନର ସରକାର ଶହେ ଖୁଣ ଏବେ ପଦାରେ ପଡିବାରେ ଲାଗିଛି । ନୂଆ ନୂଆ ଯୋଜନା ଆଣୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ମଧ୍ୟ ସାଧାରଣ ଜନତା ନବୀନଙ୍କ ସରକାରକୁ ଖୋଜୁଛନ୍ତି । ନବୀନ ପଟ୍ଟନାୟକଙ୍କ 24 ବର୍ଷ ଶାସନ କାଳରେ ଓଡିଶାରେ ଗୋଟିଏ ସରକାର ଥିଲେ କିନ୍ତୁ ବିଜେପି ସରକାରରେ ଓଡିଶାର ଚାରି ଚାରିଟା ସରକାର ବୋଲି ବିବୃତି ରଖିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ରେଢାଖୋଲର ଏକ ସଭାରେ ବିଜେପି ସରକାରକୁ କଟାକ୍ଷ କରି ପ୍ରସନ୍ନଙ୍କ ମନ୍ତବ୍ୟ ପରେ ତେଜିବାରେ ଲାଗିଛି ରାଜ୍ୟ ରାଜନୀତି । ପୂର୍ବ ବିଜେଡି ସରକାରକୁ ଏକାକି ନବୀନ ପଟ୍ଟନାୟକ ଚଳାଉଥିଲେ କିନ୍ତୁ ବିଜେପି ସରକାରରେ ଚାରି ଚାରିଟା ସରକାର ରହିଛି ବୋଲି କହିଛନ୍ତି । ଦିଲ୍ଲୀରେ ଜଣେ ମନ୍ତ୍ରୀ ଓଡିଶାରେ ଜଣେ ମୁଖ୍ୟମନ୍ତ୍ରୀ ଓ ଏହାସହ ଅନ୍ୟ ଦୁଇଜଣ ସରକାର ଚଳାଉଥିବା ଖୋଲା ମଞ୍ଚରେ କହିଲେ ବିଜେଡିର ବରିଷ୍ଠ ନେତା । ଗୋଟିଏ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚାରିଜଣଙ୍କ କଥା ଶୁଣିବାକୁ ପଡୁଛି । ଫଳରେ ରାଜ୍ୟ ସରକାରଙ୍କ ଗୋଟିଏ ଫାଇଲ ତିନିମାସ ପଡି ରହୁଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ସରକାର କିଭଳି ଚାଲିବ ସେ ନେଇ ପ୍ରଶ୍ନ ଉଠୁଛି । ସମ୍ୱଲପୁର ରେଢାଖୋଲରେ ପ୍ରସନ୍ନଙ୍କ ଏହି ବୟାନକୁ କଡା ସମାଲୋଚନା କରିଛି ବିଜେପି । ପ୍ରସନ୍ନଙ୍କୁ କଡା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ । ବିଜେପି ଏକ ବ୍ୟକ୍ତି ଆଧାରିତ ଦଳ ନୁହେଁ ବରଂ ଲୋକଙ୍କର ସରକାର । 24 ବର୍ଷ ରେ ବିଜେଡି ଯାହା କରୁଥିଲା ସେମାନଙ୍କୁ ସେହି ଭୂତ ଗୋଡାଉଛି ବୋଲି କହିଛି ବିଜେପି ।
You can share this post!
author