ସରକାରକୁ ଆସିବା ପରେ ବିଜେପି ବିଧାୟକଙ୍କ ଗୋଟିଏ ପରେ ଗୋଟିଏ ଚେହେରା ସାମ୍ନାକୁ ଆସୁଛି । କେତେବେଳେ ଫୋନରେ ବିଧାୟକ ଧମକ ଦେଉଥିବା ଅଡିଓ ଭାଇରାଲ ହେଉଛି । ତ ଆଉ କେତେବେଳେ ବିଜେପି ବିଧାୟକ ହୋଟେଲରେ ଜଣେ ଯୁବତୀଙ୍କ ସହ ମଉଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସତ୍ୟବାଦୀର ନବ ନିର୍ବାଚିତ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ଏକ ପ୍ରାଇଭେଟ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହ କିଛି ସମୟ ଅତିବାହିତ କରୁଥିବା ଏବଂ ରଙ୍ଗୀନ କାର୍ୟ୍ୟକ୍ରମରେ ଲିପ୍ତ ଥିବା ନଜର ଆସୁଛନ୍ତି । ଆଉ ଏ ଭିଡିଓ ନିଜେ ଯୁବତୀ ଜଣଙ୍କ ରେକର୍ଡିଂ କରିଥିବା ସ୍ପଷ୍ଟ ହେଉଛି । ତେବେ ଏହି ଯୁବତୀ ଜଣଙ୍କ ବିଧାୟକଙ୍କ ଚିହ୍ନାପରିଚୟ ହୋଇଥିବା ବେଳେ ତାଙ୍କ ପଡୋଶୀ ନିର୍ବାଚନ ମଣ୍ଡଳୀର ବୋଲି ଆଲୋଚନା ହେଉଛିା ତେବେ ଥରେ ଦେଖନ୍ତୁ ଏହି ଭିଡିଓଟିକୁ କିପରି ବିଧାୟକ ଜଣଙ୍କ କ୍ୟାମେରା ଆଗରେ ଆଚରଣ କରୁଛନ୍ତିା ସତେ ଯେପରି ସେ ନିଶାଶକ୍ତ ଅବସ୍ଥାରେ ଅଛନ୍ତି । ଏବଂ ନିଶାରେ ମସଗୁଲ ରହି ଯୁବତୀ ଜଣଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ଅତିବାହିତ କରୁଛନ୍ତି । ଉଭୟ ପରସ୍ପରକୁ ଖୁଆଇବା ସହ କିଛି ପ୍ରାଇଭେଟ ବାର୍ତ୍ତାଳାପ ମଧ୍ୟ କରୁଛନ୍ତି । କିନ୍ତୁ ସେ ଜାଣିନାହାନ୍ତି ଏବେ ଏ ଭିଡିଓ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଏବଂ ତାଙ୍କର ଏହି ଭିଡିଓ ପାଇଁ ଏବେ ମୋହନ ସରକାରଙ୍କ ଉପରକୁ କାଦୁଅର ଛିଟା ପଡିଲାଣି । ତେବେ ଏହି ଭିିଡିଓରେ ସେ ଯୁବତୀ ଜଣଙ୍କୁ କିଛି କଥା କହି ଆଜି ପସ୍ତାଉଥିବା କହିଛନ୍ତିା ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଏହି ଦୁଇଙ୍କ ମଧ୍ୟରେ କିଛି ଭିତିରିଆ ସମ୍ପର୍କ ରହିଛି । ଅନ୍ୟପଟେ ବିଜେପି ରାଜ୍ୟରେ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଛି କିନ୍ତୁ ଲୋକଙ୍କ ସରକାର ହୋଇ ଏପରି ଆଚରଣ କରିବା ଏବଂ ନିଶାରେ ମସଗୁଲ ରହି ଭିଡିଓ କରିବାକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛିା ନିଜକୁ ନୀତି ନୈତିକତା ଏବଂ ଶୃଙ୍ଖଳିତ ଦଳ କହୁଥିବା ବିଜେପିର ଅସଲ ଚେହେରା ଏବେ ସାମ୍ନାକୁ ଆସୁଛି ।
You can share this post!
author