ବିଜେପି ସରକାରଙ୍କ ମିଛକୁ ଧରାପକେଇଦେଲେ ଖୋଦ ବିଜେପି ନେତା । ରତ୍ନଭଣ୍ଡାରକୁ ନେଇ ଗଣମାଧ୍ୟମ ଆଗରେ କହି ଦେଇଥିଲେ ବଡ କଥା । ହଁ ଆଜ୍ଞା, ନିଜେ ରଚିଥିବା କାହାଣୀ ଉପରୁ ପର୍ଦ୍ଦାଫାସ କରିଛନ୍ତି ବିଜେପି ନେତା । ଜିତିବା ହୋସରେ ଗଣମାଧ୍ୟମରେ କଣ କହିଦେଇଥିଲେ ତାହା ଏବେ ନିଜେ ଶୁଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ଦଳୀୟ ନେତା । ତେବେ ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ବନ୍ଦ ରହିବା କାରଣରୁ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଲାଗି ରହିଥିଲା । ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ, ପୂର୍ବ ସରକାର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ନେଇଯାଇଛନ୍ତି କି, ଖାସ କରି ବିଜେଡିରେ ଥିବା ସମୟରେ ଭିକେ ପାଣ୍ଡିଆନ ରତ୍ନଭଣ୍ଡାର ଚାବି ନେଇଯାଇଥିବା ଏବଂ ରତ୍ନଭଣ୍ଡାରକୁ ଖୋଳ କରିଦେଇଥିବା ଏପରି ଅନେକ କଥା ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ପରେ ମୁଣ୍ଡ ଟେକିଥିଲା । ଖାସ କରି ବିଜେପି ନେତା ମାନେ ଏହାକୁ ନିର୍ବାଚନୀ ମୁଦ୍ଦା କରି ବିଜେଡି ବିରୁଦ୍ଧରେ ଲୋକଙ୍କୁ ଉସକେଇ ଶେଷରେ ସରକାରକୁ ଆସିଲା । ଏବଂ ସରକାରକୁ ଆସିବା ପରେ ବିଜେପି ରତ୍ନଭଣ୍ଡାର ମଧ୍ୟ ଖୋଲିଛି । ଚାବି ଭାଙ୍ଗି ରତ୍ନଭଣ୍ଡାର ଖୋଲିବା ସହ ରତ୍ନଭଣ୍ଡାରର ଅଳଙ୍କାର ମଧ୍ୟ ସୁରକ୍ଷିତ ଥିବା ନିଜେ କହିଛନ୍ତି । କିନ୍ତୁ ଏହା ପୂର୍ବରୁ ପାଣ୍ଡିଆନଙ୍କୁ ରତ୍ନଭଣ୍ଡାର ଚାବି ଫେରାଇବା ପାଇଁ ହରି ଗଣମାଧ୍ୟମରେ ଯେଉଁ ନିବେଦନ କରିଥିଲେ ଏବଂ ପାଣ୍ଡିଆନ ରତ୍ନଭଣ୍ଡାରକୁ ଲୁଟ୍ କରିଥିବା ଯେଉଁ ଖବର ବିଜେପି ପ୍ରସାରିତ କରିଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି । ଏଇ ଶୁଣୁନାହାନ୍ତି ସରକାରକୁ ଆସିବା ହୋସରେ ବିଜେପି ନେତା ହରିହର ମହାପାତ୍ର ପାଣ୍ଡିଆନଙ୍କୁ ନେଇ କଣ ସବୁ କହିଥିଲେ ।
ତେବେ ଏ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ବିଜେପି ରତ୍ନଭଣ୍ଡାରକୁ ନେଇ ବିଜେଡି ଉପରକୁ ଯେଉଁ କାଦୁଅ ଫିଙ୍ଗୁଥିଲା ଏବେ ସେହି କାଦୁଅ ନିଜ ଉପରକୁ ଫିଙ୍ଗିଥିବା ଏବଂ ବିଜେପି କେଉଁଠି ନା କେଉଁଠି ମନଗଢା କାହାଣୀ ଲୋକଙ୍କୁ କହିଥିବା ପ୍ରମାଣିତ ହେଉଛି । ତେବେ ଦେଖାଯାଉ ବିଜେପି ଖୋଲିଥିବା ରତ୍ନଭଣ୍ଡାରର ସତ କେବେ ସାମ୍ନାକୁ ଆସୁଛି ଏବଂ ବିଜେପି ସରକାରରେ ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷିତ ରହୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।