ଚାଲିଲାନି ଝାଡୁ ମନ ଦୁଃଖରେ ଅରବିନ୍ଦ କେଜ୍ରିୱାଲ

ଚାଲିଲାନି ଝାଡୁ ମନ ଦୁଃଖରେ ଅରବିନ୍ଦ କେଜ୍ରିୱାଲ

ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଫେଲ ମାରିଲା ସବୁ | ଦେଶର ସବୁଠାରୁ ଧନୀ ମହିଳା ରହିଲେ ସବୁଠୁ ଆଗରେ | କଂଗ୍ରେସକୁ ବିଜୟର ସ୍ୱାଦ ଚଖାଇଲେ କୁସ୍ତି ଯୋଦ୍ଧା ଭିନେଶ | ଚାଲିଲାନି ଝାଡୁ ମନଦୁଃଖରେ
ଅରବିନ୍ଦ କେଜ୍ରିୱାଲ | ଓଡ଼ିଶା ପରେ ଏବେ ହରିୟାଣାରେ ଫୁଟିଲା ପଦ୍ମ | ଏକଜିଟ ପୋଲ ହେଲାଣି ଏକଜାଟ ପୋଲ |ଭୋଟ କୁଟୀ ପକେଇଲେ ଜନତା |ଏତେ ହରିୟାଣାର ପ୍ରଭାରୀ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଏଥର ସେଠାରେ ବିଜେପି ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ବିଜୟୀ ହୋଇଛି | ତେବେ ସେଠାରେ ମୋଟ ୯0 ଟି ଆସନରୁ ବିଜେପି ୪୯ ଆସନରେ ବାଜିମାତ କରିଥିବା ବେଳେ କଂଗ୍ରେସ ୩ ୬ ଟି ଆସନରେ ଜିତିଛି | ଏଥର ପୁଣି ଥରେ କଂଗ୍ରେସକୁ ହରିୟାଣାରେ ନିରାଶ ହେବାକୁ ପଡ଼ିଛି | ଆଉ ତୃତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବ ବିଜେପି |ମୁଖ୍ୟ ମନ୍ତ୍ରୀ ହେବେ ନୟାବ ସିଂ ସାଇନି |

ଠିକ ସେହିପରି ଏଥର ନିର୍ବାଚନରେ ରାଜନୀତି ନୁହେଁ ବରଂ ଦେଶର ସବୁଠାରୁ ଧନୀ ମହିଳା ମଧ୍ୟ ଆଗରେ ରହିଛନ୍ତି | ଆମେ କହୁଛୁ ହରିୟାଣାର ହିସାର ଜିଲ୍ଲାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ପ୍ରାର୍ଥୀନୀ ସାବିତ୍ରୀ ଜିନ୍ଦଲଙ୍କ ବିଷୟରେ l ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ବିଜୟ ହୋଇଛନ୍ତି । କଂଗ୍ରେସର ରାମନିଭାସ ରାଡା ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି କଂଗ୍ରେସ ହାତକୁ ଗଲା ହରିୟାଣାର ଜୁଲାନା ଗଡ ଆସନ । ବିଧାୟିକା ହେଲେ ଅଲମ୍ପିଆନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ୬୫ ହଜାର ୮୦ ଭୋଟ ହାସଲ କରି ବିଜେପିର ଯୋଗେଶ କୁମାରଙ୍କୁ ପଛରେ ପକାଇଛନ୍ତି । ତେବେ ଗତ ୧୫ ବର୍ଷରେ ପ୍ରଥମ ଥର ପାଇଁ ଜୁଲାନା ଗଡ କଂଗ୍ରେସ ଖାତାକୁ ଯାଇଛି ।

ସେହିପରି ହରିୟାଣା ରାଜନୀତିରେ ପଛରେ ଆମ ଆଦମୀ ପାଟି | କଂଗ୍ରେସ ସହିତ ମେଟ ନହେବା ପରେ ଆପ ହରିୟାଣାର ମୋଟ ୯୦ସିଟରୁ ୮୯ସିଟରେ ଲଢ଼ିଥିଲା | ରାଜ୍ୟରେ ହାଇ ଭୋଲଟେଜର ପ୍ରଚାର ମଧ୍ୟ କରିଥିଲା ହେଲେ ହରିୟାଣାରେ ଏଥର ଝାଡୁ ଚାଲିପାରି ନଥିଲା |

author

Related Articles

Leave a Reply

Your email address will not be published. Required fields are marked *