ଅଭଡ଼ା ଖାଇଲେ ମନ୍ତ୍ରୀ

ଅଭଡ଼ା ଖାଇଲେ ମନ୍ତ୍ରୀ

ଖଲ୍ଲିକୋଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜିଠୁ ଆରମ୍ଭ ହେଲା ଅଭଡ଼ା l ମନ୍ଦିର ବୁଲି ଦେଖିଲେ ଓଡିଶା ସରକାରଙ୍କ ମତ୍ସ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଖଣି, ଇସ୍ପାତ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା l ଗତ କିଛି ବର୍ଷ ତଳେ ଉକ୍ତ ମନ୍ଦିରରେ ଅଭଡ଼ା ଚାଲିଥିବା ବେଳେ ଏହା ବନ୍ଦ ହୋଇଯାଇଥିଲା l ଏବେ ଏହା ପୁଣି ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ସରକାରଙ୍କ ମତ୍ସ ଓ ପଶୁ ସମ୍ପଦ ବିଭାଗ ଗୋକୁଳାନନ୍ଦ ମଲ୍ଲିକ ଏବଂ ଖଣି, ଇସ୍ପାତ ଓ ପରିବହନ ବିଭାଗୀୟ ମନ୍ତ୍ରୀ ବିଭୁତି ଜେନା ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପରିସର ବୁଲି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିବା ସହିତ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିଥିଲେ l ପରେ ସମସ୍ତେ ଅଭଡ଼ା ଖାଇଥିଲେ l ମନ୍ଦିରର ଉନ୍ନତିକରଣ ଲାଗି ସରକାର ଆଲୋଚନା କରିବା ପରେ ପଦକ୍ଷେପ ନେବେ ବୋଲି କହିଥିଲେ l ମନ୍ତ୍ରୀ ଙ୍କ ଏହି ପରିଦର୍ଶନ ବେଳେ ଆସିକା ସାଂସଦ ଅନିତା ଶୁଭ ଦର୍ଶିନୀ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ  ଚନ୍ଦ୍ର ସେଠି,  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ,ଖଲ୍ଲିକୋଟ ତହସିଲର ଆର୍ଯ୍ୟ କୁମାର ସର୍ବ ଦମନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l

author

Related Articles

Leave a Reply

Your email address will not be published. Required fields are marked *