ଦିନକୁ ଦିନ ହିଂସ୍ର ହେଉଛନ୍ତି ବବି ଦାସ !…କ୍ଷମତାକୁ ଆସିବାକୁ ବଳ ଗୋଟାଉଛନ୍ତି ବବି !…ବିଜେପିକୁ ମଜା ଚଖାଇବାକୁ ଅନ୍ୟ ନେତାଙ୍କ ସହ କରୁଛନ୍ତି ମାଷ୍ଟରପ୍ଲାନ !…ବବିଙ୍କ ନୂଆ ରୂପରେ ଛାନିଆ ହେଲେଣି ମୋହନ ସରକାର ! କ୍ଷମତାଚ୍ୟୁତ ହେବାର ୪ ମାସ ପରେ ପୁଣି ଆକ୍ଟିଭ ହୋଇଛନ୍ତି ବିଜେଡିର ତୃତୀୟ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ହାରିବା ପରଠାରୁ ଗଣମାଧ୍ୟମ ଏବଂ ରାଜନୀତିରୁ ନିଜକୁ ଦୂରେଇ ଦେଇଥିବା ବବି ଏବେ ହିଂସ୍ର ହୋଇଉଠିଛନ୍ତିା ପୁଣି କ୍ଷମତାକୁ ଫେରିବା ପାଇଁ କଳେ ବଳେ କୌଶଳେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏପରିକି ଏଥିପାଇଁ ପୂର୍ବରୁ ଯାହାଙ୍କ ସହିତ ତାଙ୍କର ଆଦୌ ପଡୁନଥିଲା ତାଙ୍କ ସହିତ ମଧ୍ୟ ସଲାସୁତୁରା କରିଥିବା ଚର୍ଚ୍ଚା ହେଉଛି । ତେବେ ବବିଙ୍କ ନିର୍ବାଚନ ମଣ୍ଡଳୀ ଯାଜପୁରରେ ବବିଙ୍କ ସହ ଡାନି ଘଡେଇ ବା ପ୍ରୀତିରଞ୍ଜନ ଘଡେଇଙ୍କ ଦବଦବା ରହିଆସିଛି । ପୂର୍ବରୁ ଏ ଦୁହିଁଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ତିକ୍ତ ଥିବା ଅନେକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏବେ ଏହି ଦୁଇ ଜଣ ହାତରେ ହାତ ମିଶାଇଛନ୍ତି । ଏହି ଦୁଇ ଜଣ ପ୍ରଭାବ ଶାଳୀ ନେତା ଗତ ନିର୍ବାଚନରେ ଗାଦିତ୍ୟୁତ ହୋଇଛନ୍ତି । ତେଣୁ ବିରୋଧୀ ଆସନରେ ବସି ଏବେ କିପରି ଶାସକ ଦଳକୁ ପାନେ ଦେବେ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ପୁରୁଣା ରାଗ ଭୁଲି ନୂଆ ଆରମ୍ଭ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଏପରିକି ଏହି ଦୁଇ ନେତାଙ୍କ ଭିଡିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଏମାନେ ଗୋଟିଏ ମଞ୍ଚରେ ନଜର ଆସିବା ସହ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଉଥିବା ନଜର ଆସିଛନ୍ତି । ଯାହାକୁ ନେଇ ଏମାନଙ୍କ ଭିତରେ ସଲାସୁତୁରା ସରିଥିବା ଏବେ ଏମାନଙ୍କ ନୂଆ ରୂପ ସାମ୍ନାକୁ ଆସିବା ନେଇ ଆଶଙ୍କା କରାଯାଉଛିା ତେବେ ବବି ଦାସ ଗତ ନିର୍ବାଚନରେ ହାରିବା ପରେ ବିଜେପି ନେତାମାନେ ତାଙ୍କୁ ସମାଲୋଚନା କରିବା ସହ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣୁଛନ୍ତିା ତାଙ୍କ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରୁଛନ୍ତି । କିନ୍ତୁ ତାଙ୍କ ବିରୁଦ୍ଧରେ ସେପରି କିଛି ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଆଉ ଏହାକୁ ଦୃଷ୍ଟିରେ ରଖି ବବି ଦିନକୁ ଦିନ ହିଂସ୍ର ରୂପ ନେବା ସହ ମୋହନ ସରକାରଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି । ତେବେ ଦେଖାଯାଉ ବବିଙ୍କ ଏହି ନୂଆ ରୂପ ମୋହନଙ୍କୁ କେତେ ଭାରି ପଡୁଛି ତାହା ଦେଖିବାକୁ ଅପେକ୍ଷା ।
You can share this post!
author