ମୁମ୍ବାଇରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ପୂର୍ବତନ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମହାରାଷ୍ଟ୍ରର ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ହିଁ ଗୁଳି କରି ହତ୍ୟା କରାଯାଇଛି । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ବାବା ସିଦ୍ଦିକିଙ୍କୁ କିଛି ଦୁବୃତ୍ତ ଗୁଳି କରିଥିଲେ । ବାବା ସିଦ୍ଦିକିଙ୍କ ପେଟ ଏବଂ ଛାତିରେ ୨ରୁ ୩ ରାଉଣ୍ଡ ଗୁଳି ମାଡ ହୋଇଥିବା ଜଣାପଡିଛି । ତେବେ ଗୁଳି ମାଡ ପରେ ତାଙ୍କୁ ତୁରନ୍ତ ଲୀଳାବତି ହସ୍ପିଟାଲରେ ଭତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚି ପାରିନଥିଲା । ତେବେ ଜଣେ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଏପରି ହତ୍ୟା ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ହାତ ଥିବା ଚର୍ଚ୍ଚା ହେଉଛି । ତେବେ ବାବା ସିଦ୍ଦିକି ପୂର୍ବରୁ କଂଗ୍ରେସରେ ଥିଲେ । ୩ ଥର କଂଗ୍ରେସରୁ ବିଧାୟକ ରହିବା ସହ ବାନ୍ଦା ୱେଷ୍ଟର ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କଂଗ୍ରେସ ସହ ମତଭେଦ ପରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ଏନସିପି ଅଜିତ୍ ପାୱାରଙ୍କ ଦଳରେ ସାମିଲ ହୋଇଥିଲେ ବାବା ସିଦ୍ଦିକି । କିନ୍ତୁ ଏବେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଏବଂ ସେମାନେ ଶୁଟର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ପାଇଁ ବାବା ସିଦ୍ଦିକିଙ୍କ ଜୀବନ ଯାଇଛି କି ବୋଲି ପ୍ରଶ୍ନ ଉଠିବା ସହ ଚର୍ଚ୍ଚା ମଧ୍ୟ ହେଉଛି । କାହିଁକି ନା ସଲମାନଙ୍କ ଅତି ନିକଟତର ଥିଲେ ବାବା ସିଦ୍ଦିକି । ସଲମାନଙ୍କ ପାରିବାରିକ ବନ୍ଧୁମଧ୍ୟ ଥିଲେ ବାବା ସିଦ୍ଦିକି । ତେବେ କିଛି ମାସ ପୂବରୁ ସଲମାନ ଖାନଙ୍କୁ ହତ୍ୟାଧମକ ଆସିଥିବା ବେଳେ ତାଙ୍କ ଘର ଉପରକୁ ମଧ୍ୟ ଗୁଳି ମାଡ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଗ୍ୟାଙ୍ଗଷ୍ଟାରଙ୍କ ନଜରରେ ସଲମାନ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ସଲମାନଙ୍କ ଅତି ନିଜର ଥିବା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନଙ୍କ ପାଇଁ ତାଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି ।
You can share this post!
author
Related Articles
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024
ପୋଲିସ ହାବୁଡ଼ରେ ମୋଷ୍ଟ ୱାଣ୍ଟେଡ
- November 6, 2024