ରାଜଧାନୀରେ ଦୁର୍ଗା ପୂଜା ସାଙ୍ଗକୁ ଚାଲିଛି ରାଜନୀତି ଚର୍ଚ୍ଚା । ହଁ ଦର୍ଶକବନ୍ଧୁ ପେଣ୍ଡାଲ ବୁଲୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖାଲି ସେତିକି ବିରୋଧି ଦଳ ନେତା ଓ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ବଜେପି ଓ ବିଜେଡି ବିଧାୟକ ମାନେ ମଧ୍ୟ ପେଣ୍ଡାଲ ବୁଲା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନିଜର ଜନସମ୍ପର୍କ ବୃଦ୍ଧି କରିବା ପାଇଁ ରାଜନେତା ମାନଙ୍କ ଏପରି ପ୍ରୟାସ ଏବେ ତାଙ୍କୁ ଗଣମାଧ୍ୟମର ଚର୍ଚ୍ଚାକୁ ଟାଣିଛି । କାହିଁକିନା ଯେତେବେଳେ 24 ବର୍ଷ ଧରି କ୍ଷମତାରେ ରହିଥିଲେ ନବୀନ ପଟ୍ଟନାୟକ ସେତେବେଳେ ତାଙ୍କୁ ଏପରି ସକ୍ରିୟ ଦେଖିବାକୁ ମିଳୁନଥିଲା କିନ୍ତୁ ନିର୍ବାଚନର ପରାଜୟ ପରେ ନୂଆ ନୂଆ ରଣନୀତି କରି ସାମ୍ନାକୁ ଆସୁଛନ୍ତି । ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଥିବା ନବୀନ ବାବୁଙ୍କୁ ବିଭିନ୍ନ ମହଲରୁ କଟାକ୍ଷ କରାଯାଇଛି । କିନ୍ତୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାହୁବଳୀ ନେତା ତଥା ଖୋର୍ଦ୍ଧା ବିଧାୟକ ନବୀନଙ୍କ ସପୋର୍ଟରେ ବାହାରିଛନ୍ତି । କାହିଁକି ହାରିବା ପରେ ଏତେ ଆକ୍ଟିଭ ନବୀନ ପଟ୍ଟନାୟକ ପ୍ରଶ୍ନର ଉତ୍ତରରେ ବାହୁବଳୀ ବିଧାୟକ କହିଛନ୍ତି କି ବର୍ତ୍ତମାନ ପୂର୍ବତନ ମୁଖିଆଙ୍କ ପ୍ରେସର କମିଯାଇଛି ଯେଉଁଥିପାଇଁ ସେ ଏବେ ବେଶ ସକ୍ରିୟ ହୋଇଯାଇଛନ୍ତି । ନବୀନଙ୍କୁ ସପୋର୍ଟ ଏବଂ ବିଜେଡିକୁ କଟାକ୍ଷ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଧିରେ ଧିରେ ବିଜୁ ଜନତା ଦଳର ଆୟୁଷ କମିଯାଉଥିବା କଥା କହିଛନ୍ତି । ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ମିଶିବାକୁ ଯାଉଛି ବିଜୁ ଜନତା ଦଳ । ସାଇଲେଣ୍ଟ ମୁଡରେ ରହିଥିବା ବାହୁବଳୀ ବିଧାୟକଙ୍କ ଏପରି କଟାକ୍ଷ ପରେ ଜୋର ଧରିଛି ରାଜନୀତି । ନିର୍ବାଚନ ପରେ ଏକଦମ ସାଇଲେଣ୍ଟ ମୁଡରେ ରହିଥିଲେ ବାହୁବଳୀ ବିଧାୟକ କିନ୍ତୁ ଦୁର୍ଗା ପୂଜାରେ ନବୀନଙ୍କୁ ନିଜ ବାକ୍ୟବାଣରେ ଆଟାକ କରିଛନ୍ତି । ତେବେ ପୂଜା ପେଣ୍ଡାଲରେ ବାହୁବଳୀଙ୍କ ଏପରି କଟାକ୍ଷର କଣ ଜବାବ ରଖୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାହା ଦେଖିବାକୁ ଅପେକ୍ଷା ।
You can share this post!
author