ମୋହନଙ୍କୁ ଟକ୍କର ଦେବାକୁ ଅପରାଜିତାଙ୍କ ପ୍ଲାନିଂ
ଅଭିଯୋଗ ଶୁଣୁଛନ୍ତି ସାଂସଦ ମ୍ୟାଡାମ ରାଜ୍ୟ ବୁଲୁଛନ୍ତି ମୋହନ ସରକାର
ଗୋଟିଏ ଦଳରେ ଚାଲିଛି ଦୁଇଟି ଅଭିଯୋଗ ଶୁଣାଣି
ହଁ ଦର୍ଶକବନ୍ଧୁ 24 ବର୍ଷର ସରକାରକୁ କ୍ଷମତାରୁ ହଟାଇ ସରକାରକୁ ଆସିଛି ଭାରତୀୟ ଜନତା ପାର୍ଟି । ନୂଆ ଯୋଜନା ଓ ନୂଆ ବିକାଶ କରି ଲୋକଙ୍କ ମନକିଣିବାକୁ ବସିଥିବା ବେଳେ ବିଜେପିର ଅନ୍ତଃକନ୍ଦଳ ବଢିବାରେ ଲାଗିଛି । ଭୁବନେଶ୍ୱର ସାଂସଦ ଅପରାଜିତା ମାଡ୍ୟାମଙ୍କୁ ନେଇ ହୁଲୁସ୍ତୁଲ ହେଉଛି ରାଜ୍ୟ ରାଜନୀତି । ଦଳୀୟ କାର୍ଯ୍ୟକ୍ରମରେ ଖୁବ କମ ନଜର ଆସୁଛନ୍ତି ଏବଂ ନିଜର କିଛି ଖାସ ବ୍ୟକ୍ତିତ୍ୱଙ୍କ ସହ ନିଜର ଜନସମ୍ପର୍କ ବୃଦ୍ଧି କରାଉଛନ୍ତି । ଯାହା ବିଜେପିରେ ସୃଷ୍ଟି ହେଉଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି । ଏକଦା ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଥିବା ସାଂସଦ ମ୍ୟାଡାମ କାହିଁକି ବିଜେପିରେ ଖୁବ ନଜର ଆସୁଛନ୍ତି ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ହଠାତ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଏବଂ ମୋଦିଙ୍କ ଓଡିଶା ଗସ୍ତ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ନଜର ଆସି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ କିନ୍ତୁ ବର୍ତ୍ତମାନ ସମୟରେ ପୁଣିଥରେ ପୁରୁଣା ଚର୍ଚ୍ଚାକୁ ପୁନରାବୃତ୍ତି କରିବା ପାଇଁ ଖୋରାକ ଯାଗଇଛନ୍ତି ଖୋଦ ସାଂସଦ ମ୍ୟାଡାମ । କାହିଁକିନା ମୋଦିଙ୍କ ଗସ୍ତ ପରେ ଆଉ ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି ମ୍ୟାଡାମ । କଥା ଉଠିଛି ମୋଦି ଫେରିଯିବା ପରେ ପୁଣିଥରେ ଦଳ ସହ ସାଂସଦ ମ୍ୟାଡାମ ବ୍ରେକଅପ କରିଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି 16 ବର୍ଷ ଧରି ପୂର୍ବ ସରକାର ଯେଉଁ ଅଭିଯୋଗ ଶୁଣାଣି ବନ୍ଦ କରିଥିଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଗଲା ଏବଂ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଉଥିଲେ । ମାତ୍ର କେଇ ଦିନ ଅଭିଯୋଗ ଶୁଣାଣି କରି ଏହାକୁ ନଜର ଅନ୍ଦାଜ କରୁଛନ୍ତି ମୋହନ ସରକାର ହେଲେ ଏପଟେ ନିଜର ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମ । ଲୋକଙ୍କ ସମସ୍ୟା ପ୍ରତି ଯତ୍ନବାନ ହୋଇ ଏହାର ସମାଧାନ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି ଯାହାକୁ ନେଇ ବିଭିନ୍ନ ରାଜନୈତିକ ମହଲରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଉଠୁଛି । ତେବେ ଏହା ପଛରେ କିଛି ଭିତିରିଆ ପ୍ଲାନିଂ ରହିଛି ନା ଦଳରୁ ଏକଘରିକିଆ ହୋଇ ନିଜ ସଙ୍ଗଠନକୁ ମଜଭୁତ କରୁଛନ୍ତି ସେହି ଦ୍ୱନ୍ଦ ବଢିବାରେ ଲାଗିଛି ।