ଇଏ କଣ କହିଦେଲେ ଧର୍ମେନ୍ଦ୍ର ପ୍ରଧାନ; ରାବଣ ଦହନ ନୁହେଁ ରାମ ଦହନକୁ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ !

ଇଏ କଣ କହିଦେଲେ ଧର୍ମେନ୍ଦ୍ର ପ୍ରଧାନ; ରାବଣ ଦହନ ନୁହେଁ ରାମ ଦହନକୁ ଆସିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ !

ପୁଣି ପଦାରେ ପଡିଲା ବିଜେପି ନେତାଙ୍କ ଓଡିଆ ଅସ୍ମିତାର ଅସଲ ପରିଚୟ । ଭେଟେରାନ ନେତାଙ୍କ ପାଟିରୁ ବାହାରି ପଡିଲା ବଡ କଥା । ହଁ ଆଜ୍ଞା, ରାଜ୍ୟରେ ଯେବେଠାରୁ ବିଜେପି ସରକାରକୁ ଆସିଛି ଏବଂ ବିଜେପି ନେତାମାନେ କ୍ଷମତାକୁ ଆସିଛନ୍ତି ସେବେଠାରୁ ସେମାନେ ବଡ ବଡ କଥା କହୁଛନ୍ତି । କିଏ ୨୪ ବର୍ଷର କୁଶାସନର ଅବସାନ ଘଟିଛି ବୋଲି କହୁଥିଲେ ତ ଆଉ କିଏ ଓଡିଆ ଅସ୍ମିତା ନାଁରେ କଳଙ୍କ ଥିବା ବିଜେଡିକୁ ଲୋକେ ଉଚିତ୍ ଜବାବ ଦେଇଛନ୍ତି ବୋଲି କହୁଥିଲେ । କିନ୍ତୁ ଏବେ ବାଜି ଓଲଟିଯାଇଛି । କାରଣ ଯେଉଁ ବିଜେପି ଓଡିଆ ଅସ୍ମିତାର ଡିଣ୍ଡିମ ପିଟୁଥିଲା ସେହି ବିଜେପି ନେତା ଏବଂ ମନ୍ତ୍ରୀଙ୍କର ଓଡିଆ ଜ୍ଞାନ କେତେ ଭଲ ତାହା ତ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏବେ ଯେଉଁ ନେତାଙ୍କ ଏକ ଭିଡିଓ ଭାଇରାଲ ହେଉଛି ସିଏ ଆଜି କାଲିର ନେତା କିମ୍ବା ମନ୍ତ୍ରୀ ନୁହଁନ୍ତି । କାଇଁ କେଉଁ କାଳୁ ସେ ବିଜେପିରେ ରହିବା ସହ ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ । ଏବଂ ରାଜନୀତିର ପଶାପାଲିରେ କିପରି ଗୋଟି ଚଳାଇହେବ ସେଥିରେ ମଧ୍ୟ ସେ ସିଦ୍ଧହସ୍ତ । କିନ୍ତୁ ଏବେ ସେ ଏକ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ଦୂର୍ଗା ପୂଜା ଅବସରରେ ବିଜୟା ଦଶମୀ ଦିନ ଧର୍ମେନ୍ଦ୍ର ପ୍ରଧାନ ଏକ ରାବଣ ପୋଡି ଉତ୍ସବରେ ସାମିଲ ହୋଇଥିଲେ । ଆଉ ଏଠାରେ ଭାଷଣ ଦେବା ସମୟରେ ଅଧିକ ଉତ୍ସାହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିରୁ ଏକ ଭୁଲ୍ କଥା ବାହାରି ପଡିଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାବଣ ଦହନ ପରିବର୍ତ୍ତେ ରାମ ଦହନ ଭୁଲରେ କହିଦେଇଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିଲାବେଳେ ଖୋଦ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏପରି କହିବାକୁ ସାଧାରଣରେ ଗ୍ରହଣ କରାଯାଉନାହିଁ ।

author

Related Articles

Leave a Reply

Your email address will not be published. Required fields are marked *