ଲୋକେ ନୂଆ ଡ୍ରେସ ପିନ୍ଧି ମେଳାକୁ ଯାଉଥିବା ବେଳେ ଜଣେ ଯୁବକ ଡ୍ରେସ ନୁହେ କୁରକୁରି ଜରି ପିନ୍ଧି ବୁଲୁଛନ୍ତି | ତେବେ ବର୍ତ୍ତମାନ ପ୍ଳାଷ୍ଟିକ ଜୀବନର ଏକ ଅଙ୍ଗ ହୋଇଯାଇଛି। ବିନା ପ୍ଳାଷ୍ଟିକରେ ଏବେ ଚଳିବା ମୁସ୍କିଲ ବିଭିନ୍ନ ଖାଦ୍ୟ ଓ ପାନୀୟ ପ୍ଳାଷ୍ଟିକ ପ୍ୟାକେଟରେ ଉପଲବ୍ଧ ମାରାତ୍ମକ ରୋଗ କ୍ୟାନସର ପାଇଁ ପ୍ଳାଷ୍ଟିକ ବ୍ୟବହାର ସାମଗ୍ରୀ ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଥିବା ବେଳେ ଏବେ ପ୍ଳାଷ୍ଟିକ ଠାରୁ ନିଜକୁ ମୁକ୍ତି କିପରି ରଖାଯାଇପାରିବ ସେ ନେଇ ଅଭିନବ ସଚେତନତା ଆରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋକ୍ରାସିଲ୍ ଗ୍ରାମର ଜଣେ ଯୁବକ ରୁକଚନ୍ ମାଝୀ ଏପରିକି ସେ ବିଭିନ୍ନ ମେଳା ହେଉକି ଭିଡ଼ ଅଞ୍ଚଳ ଦେହରେ ବିଭିନ୍ନ ପ୍ଳାଷ୍ଟିକ ସାମଗ୍ରୀ ଦ୍ୱାରା ନିଜକୁ ସଜାଇ ଲୋକଙ୍କୁ ସଚେତନ କରାଉଛନ୍ତି।ସଂପ୍ରତି ପ୍ଳାଷ୍ଟିକ ବର୍ଜନ ସହ ପରିଚ୍ଛନ୍ନତା କୁ ସଂକଳ୍ପ ଭାବେ ଗ୍ରହଣ କରି ପରିବେଶ କୁ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ନେଇ ସଚେତନତା ସୃଷ୍ଟି ଉପରେ ବିଭିନ୍ନ ମହଲରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଧର୍ମଗଡ଼ ଅଞ୍ଚଳର ଯୁବ ସାମ୍ବାଦିକ ରୁକଚନ୍ ମାଝୀ ଙ୍କ ଏଭଳି ନିଆରା ପ୍ରୟାସ କୁ ସାଧାରଣରେ ପ୍ରଶଂସା କରାଯାଉଛି।
You can share this post!
author