ଗଞ୍ଜାମ ବିଜେଡିରେ ହେଲା ବଡ ବିସ୍ଫୋରଣ । ନିଜ ଦଳର ନେତ୍ରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ଆସ୍କା ଏମପି ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ଗୁମର ଖୋଲିଦେଲେ ଲତିକା । ହଁ ଆଜ୍ଞା, ବିଜେଡି ନିର୍ବାଚନରେ କାହିଁକି ହାରିଲା ଏବଂ ପରାଜୟର କାରଣ କଣ ସେନେଇ ଏବେ ବି ତର୍ଜମା ଜାରି ରହିବା ସହ ଖୋଦ ବିଜେଡି ନେତାମାନେ ଦଳର ପରାଜୟ ପଛର କାରଣ ଖୋଲି କହୁଛନ୍ତି । ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ମୁହଁ ଖୋଲୁଛନ୍ତି। ସିଧା ସୁପ୍ରିମୋଙ୍କ ନିକଟରେ ପରାଜୟ ପାଇଁ କିଛି ନେତାଙ୍କୁ ଦାୟୀ କରୁଛନ୍ତି। ଆଉ ଏହି ଲିଷ୍ଟରେ ସାମିଲ ହୋଇ ଏବେ ଗଞ୍ଜାମ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ସାଙ୍ଗାତିକ ଅଭିଯୋଗ ଆଣିଛନ୍ତିା ଏବଂ ଆସ୍କା ସାଂସଦ ପଦ ବିଜେଡି ହାତରୁ କାହିଁକି ଖସିଲା ସେନେଇ ମନ୍ତବ୍ୟ ଦେଇଛନ୍ତି । ଏବଂ ଏହା ପଛରେ ଖୋଦ ଦଳୀୟ ନେତା ତଥା ଆସ୍କା ସାଂସଦ ପଦ ପାଇଁ ପ୍ରାର୍ଥୀ ହୋଇଥିବା ରଞ୍ଜିତା ସାହୁଙ୍କ ହାତ ଥିବା କହିଛନ୍ତି । ବିଭୀଷଣ ସାଜି ସେ ବିଜେପିକୁ ସାହାଯ୍ୟ କରିଥିବା ଲତିକା ଅଭିଯୋଗ କରିଛନ୍ତି । ରଞ୍ଜିତାଙ୍କ ପାଇଁ ଦଳ ଆସ୍କା ସାଂସଦ ପଦ ସହ ଅନେକ ବିଧାନସଭା ଆସନ ହରାଇଛି ବୋଲି ଏପରିକି ତାଙ୍କୁ ମଧ୍ୟ ହରାଇବାକୁ ରଞ୍ଜିତା ପ୍ଲାନ କରିଥିବା କହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି, ସ୍ୱର୍ଗତ ବିଜୁ ବାବୁଙ୍କ ସମୟରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ୟ କାହା ହାତକୁ ଯାଇ ନଥିଲା। ଏଭିଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆସିକା ସିଟ୍ ପଳାଇଲା। ରଞ୍ଜିତାଙ୍କ ନିର୍ବାଚନ ପରିଚାଳନା ତ୍ରୁଟି ଯୋଗୁ ଆମେ ସବୁ ସିଟ୍ ହରାଇଲୁ। ସେ ବିଭୀଷଣ ସାଜି ଦଳ ବିରୋଧୀ କାମ କରିଛନ୍ତି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି। ଏବେ ମଧ୍ୟ ସେ ସେହି କାମ କରୁଛନ୍ତି। ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ସଭାପତିଙ୍କୁ କହିଛନ୍ତି। ଏହା ସହ ଯଦି ଏପରି ନହୁଏ ତେବେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହେବା ସହ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।
You can share this post!
author