ଶପଥ ନେଲେ ଜମ୍ମୁ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ

ଶପଥ ନେଲେ ଜମ୍ମୁ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ

ଆଜି ଜମ୍ମୁ-କାଶ୍ମୀରକୁ ମିଳିଛି ପ୍ରଥମ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ କାଶ୍ମୀରର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ଆଜି ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲା ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଥିଲେ । ତେବେ ଦୀର୍ଘ ଦଶ ବର୍ଷ ପରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିବାଚନ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହୋଇଥିବାବେଳେ ଜମ୍ମୁ କଶ୍ମୀରରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର‌୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଶପଥ ନେବା ପୂର୍ବରୁ ଓମାର ଅବଦୁଲ୍ଲା ତାଙ୍କ ଜେଜେବାପା ସ୍ୱର୍ଗତ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ହେଲେ ଇଣ୍ଡି ମେଣ୍ଟର ଅନେକ ସଦସ୍ୟ କାର‌୍ୟ୍ୟକ୍ରମରେ ଯୋଗ ଦେଇନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *