ଏଣିକି ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ ଘିଅ । ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ ଓମଫେଡ ଘିଅ ବ୍ୟବହାର ପାଇଁ ସ୍ଥିର କରାଯାଇଛି । ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ମଧ୍ୟ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି। ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।
ଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିରରେ ଓମଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ରଖି ପଦକ୍ଷେପ ଗ୍ରହଣ କରିବାକୁ ଓମଫେଡ଼କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।