ରିଭେନଜ ନେଲେ ମୋଦି…ଜନ୍ମଦିନରେ ନବୀନଙ୍କୁ କଲେ ଅପମାନ !

ରିଭେନଜ ନେଲେ ମୋଦି…ଜନ୍ମଦିନରେ ନବୀନଙ୍କୁ କଲେ ଅପମାନ !

79 ବର୍ଷ ବୟସରେ ପାଦ ଥାପିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ମହାନ ଜନନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଦୀର୍ଘ 24 ବର୍ଷ ଧରି ଓଡିଶାର ମଙ୍ଗୁଆଳ ସାଜିଥିବା ଏହି ଜନପ୍ରିୟ ନେତାଙ୍କ ଜନ୍ମଦିନରେ ଶୁଭେଚ୍ଛୁ ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ସରକାରରୁ ହଟିବା ପରେ ଓଡିଶାରେ ଅଧିକ ଲୋକପ୍ରିୟତା ହୋଇଛନ୍ତି ନବୀନ । ସରକାର ହଟିଲା ହେଲେ ଏବେ ବି ନବୀନ ଆମ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି ସାଧାରଣ ଜନତା । ପୁଣିଥରେ ନିର୍ବାଚନ ହେଲେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଦମ୍ଭୋକ୍ତି ବାଢୁଛନ୍ତି । ତେବେ ବିଜେଡିର ସମସ୍ତ ଦଳୀୟ କର୍ମୀ ଏବଂ ପୁରୁଖା ନେତାମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।  ହେଲେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇନାହାନ୍ତି । ଯାହା ଏବେ ରାଜ୍ୟ ରାଜନୀତିର ଚର୍ଚ୍ଚାକୁ ବଢାଇଛି ।

ଯଦି ଆମେ ପୂର୍ବ କଥା ଦେଖିବା ସେପ୍ଟେମ୍ୱର 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ତାଙ୍କୁ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇନଥିଲେ । ସରକାରରେ ଥିବା ସମୟରେ ଉଭୟ ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା । କିନ୍ତୁ ଓଡିଶାରେ ବିଜେଡି ସରକାର ହଟିବା ପରେ ଏବଂ ରାଜନୈତିକ ପାଣିପାଗ ବଦଳିବା ସାଙ୍ଗକୁ ନାନା ପରିବର୍ତ୍ତନ ହେଇଛି ଏବଂ ନେତାଙ୍କ ମଧ୍ୟରେ ତିକ୍ତତା ବଢିଛି । ଚର୍ଚ୍ଚା ନବୀନ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ନଜଣାଇବାରୁ ସେ ମଧ୍ୟ ଏପରି କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *