ମନ୍ଦିରରେ ଭକ୍ତଙ୍କ ଭିଡ

ମନ୍ଦିରରେ ଭକ୍ତଙ୍କ ଭିଡ

ପବିତ୍ର କାର୍ତ୍ତିକ ମାସ ଆଗମନରେ ବିଭିନ୍ନ ଶୈବ ପୀଠ ଓ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ତତ୍ ସହିତ ଅନେକ ପୂଜାର୍ଚ୍ଚନା ସହ ସଙ୍କୀର୍ତ୍ତନ ଲାଗିରହିଥିବା ଦେଖିବାକୁ ମିଳୁଛି । ସେହିପରି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଛେଲାଗଡ ଠାରେ ଥିବା କପିଳେଶ୍ୱର ମନ୍ଦିର ପୀଠରେ ଆରମ୍ଭ ହୋଇଯାଇଛି ହୋମ ଯଜ୍ଞ ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ । ପୂଜାରି ଟୁଲୁ ପୁରୋହିତଙ୍କ ମନ୍ତ୍ର ପାଠରେ କମ୍ପି ଉଠୁଛି କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣ । ଶତାଧିକ ଭକ୍ତଙ୍କ ସମାଗମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି କପିଳେଶ୍ୱର ପୀଠ । ଏହି ହୋମ ଯଜ୍ଞ କାର୍ତ୍ତିକ ମାସ ସାରା ହେବା ସହ ଅନ୍ନ ଯଜ୍ଞ ମଧ୍ୟ ଲାଗିରହିବ ବୋଲି କହିଛନ୍ତି ମନ୍ଦିର କମିଟି ବୃନ୍ଦ । ଏହା ଏକ ପ୍ରସିଦ୍ଧ ଓ ପ୍ରତ୍ୟକ୍ଷ ପୀଠ ହୋଇଥିବା ହେତୁ ଅଞ୍ଚଳ ତଥା ବହୁ ଦୂର ଦୁରାନ୍ତରରୁ ଭକ୍ତଙ୍କ ସୁଅ ଛୁଟୁଛି । ମନ୍ଦିରଟି ପ୍ରାକୃତିକ ସୌନ୍ଧର୍ଯ୍ୟ ଭରା ରତଙ୍ଗ ପର୍ବତ ମାଳାରେ ଥିବାରୁ ଏହାର ଅପରୂପ ଶୋଭା ବେଶ୍ ମନଲୋଭା । ଭକ୍ତଙ୍କୁ ଆକୃଷ୍ଟ କରେ ଭଗବାନଙ୍କ ଡ଼ୋରି । ଏହି ଅବସରରେ ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରୀମୋହନ ଖର୍ସେଲ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *