କିଲୋ ପିଛା ୨୫୦ ଯେତେ ନେବ ନିଅ . ଶ୍ରଦ୍ଧାଳୁ ମହାଙ୍ଗା ପଡ଼ିଛି ଖଜା ଦର . ତେବେ ନିକଟରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ ସମସ୍ତ ଭକ୍ତଙ୍କୁ କାଳେ ମହାପ୍ରସାଦ ମାଗଣରେ ଦିଆଯିବ ଏଠିତ ଶ୍ରଦ୍ଧାଳୁ ସୁଖିଲା ଭୋଗ କିଣିବା ପାଇଁ ଦରଦାମ ଯୋଗୁଁ ହଇରାଣ ହେଉଛନ୍ତି .ତେବେ ଶ୍ରୀକ୍ଷେତ୍ର ପୁରୀ ବର୍ଷର ବିଭିନ୍ନ ସମୟରେ ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ . ଆଉ ଜଗାଦର୍ଶନ ପାଇଁ ଯିଏ ଯାଇଛି .ସେ ଖଜା ଭୋଗ ନିଶ୍ଚୟ କରିଥିବେ . କିନ୍ତୁ ବର୍ତମାନ ଖଜା ଦର କିଲୋପ୍ରତି ୨୫୦ ରେ ପହଂଚିଲାଣି . ଯାହା ଶ୍ରଦ୍ଧାଳଙ୍କୁ ମହାଙ୍ଗା ପଡ଼ିଛି .ଅପରପକ୍ଷେ ସରକାର ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ମାଗଣ ଦେବେ ବୋଲି କହୁଛନ୍ତି .
ସେପଟେ ଆରମ୍ଭ ହୋଇଛି ଧର୍ମ ମାସ କାର୍ତିକ . ଏଥିପାଇଁ ପୁରୀରେ ହବିଷିଆଳିଙ୍କ ଭିଡ଼ ଜମିଛି .ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳିମାନେ କାର୍ତିକ ବ୍ରତ ଆରମ୍ଭ କରିଛନ୍ତି . .ଅନଲାଇନ ଆବେଦନ ସତ୍ୱେ ମେସେଜ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଥିଲା . ରହଣି ଦାବି କରି କାଲିଠୁ ଧାରଣାରେ ବସିଛନ୍ତି ଶତାଧିକ ଅଣପଞିକୃତ ହବିଷ୍ୟାଳି .ଏବେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି.ଜିଲ୍ଲା ପ୍ରଶାସନଙ୍କ ହସ୍ଥକ୍ଷେପ ଓ ବୁଝାସୁଝା ପରେ ଆନ୍ଦୋଳନରୁ ସହରିଛନ୍ତି ହବିଷ୍ୟାଳିମାନେ .ଏଥିସହିତ ବୃନ୍ଦାବତୀ ନିବାସ ତଳ ବେସମେଂଟକୁ ଅଣପଞିକୃତ ଅଣ ପଞିକୃତ ହବିଷ୍ୟାଳିମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି .