ଦିନକୁ ଦିନ ଯେପରି ସଂସ୍କୃତି ପରମ୍ପରା ଲୋପ ପାଇବାକୁ ଲାଗୁଛି . ଆଉ ଆଗଭଳି ଗାଁ ଗହଳିରେ ସେମିତି ଯାତ୍ରା ଉତ୍ସବ ଦେଖିବାକୁ ମିଳୁନି . କେଉଁଠି କେମିତି କାଁ ଭା ଦେଖିବାକୁ ମିଳୁଛି . ଠିକ ସେହିପରି ଓଡ଼ିଆ ସଂସ୍କୃତିର ପାରମ୍ପରିକ ପର୍ବ ପ୍ରସିଦ୍ଧ ଗାହାଣୀ ଯାତ୍ରା .ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ବେଶ ଜାକଜମକରେ ପାଳନ କରିଥାନ୍ତି .ଗ୍ରାମର ଲୋକମାନେ ଏଥିରେ ସାମିଲ ହୋଇ ପୂଜାର୍ଚ୍ଚନା କରିଥାନ୍ତି .ଏଥିରେ ବିଜେୱେଡା କାଲି ,ହନୁମାନ ,ରାମଲକ୍ଷ୍ମଣ ,ଯୋଡ଼ିଶଙ୍ଖ ,ଘଂଟମାଳ .ଶିଙ୍ଘବାଜା ,ଅଘୋରୀ ତାଣ୍ଡବ ନୃତ୍ୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥାଏ.ଏହା ଏବେ କେଉଁଠି କେମିତି ଦେଖିବାକୁ ମିଳୁଛି .
ଆଗରୁ ଗାଁରେ କୌଣସି ପର୍ବ ର୍ପବାଣି ପୂଜା ଭସାଣି ହେଲେ .ଏହି ଗାହାଣି ଯାତ୍ରା ଦେଖବିକ ମିଳୁଥିଲା . ପିଲାଠାରୁ ଆରମ୍ଭ କରି ବୁଢ଼ାପର୍ଯ୍ୟନ୍ତ ସମସ୍ତେ ଏହାର ମଜା ନେଉଥିଲେ. କିନ୍ତୁ ଏବେ ତାହା ସେତେଟା ଦେଖିବକୁ ମିଳୁନି . ସେହିପରି ଏହି ଯାତ୍ରାରେ ଲୋକମାନେ ଦେବା ଦେବୀଙ୍କ ରୂପ ନେଇ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥାନ୍ତି . ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମେ . ଆଉ ଏହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ . ସେହିପରି ଏଥିରେ ଯୋଡ଼ି ଶଙ୍କ ବଜାଇବା ପାଇଁ ଲୋକ ରହିଥାନ୍ତି . ଯେଉଁଠାରେ ଦୁଇ ଲାଇନରେ ବିଭକ୍ତ ହୋଇ ଆଠ ଜଣ ଲୋକ ଏକ ସହିତ ଦୁଇ ଦୁଇ ଟି ଶଙ୍ଖ ଫୁଙ୍କିଥାନ୍ତି . ଏହା ସହିତ ଅନ୍ୟାନ୍ୟ ଦେବା ଦେବୀଙ୍କ ରୂପ ଧାରଣ କରିଥାନ୍ତି .ଯେପରି ଛୋଟ ପିଲାମାନଙ୍କୁ ରାମ , ଲକ୍ଷ୍ମଣ ,ସୀତାଙ୍କୁ ରଖାଯାଇଥାଏ .