ସମସ୍ୟା ଘେରରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ

ସମସ୍ୟା ଘେରରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଥାନା ରେ ସମସ୍ୟା ଘେରରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଯୁଗଳ କିଶୋର ଦାଶ | ଏତଲା ହଉଚି ଗୋଟେ ତାରିଖ ରେ କିନ୍ତୁ ମାମଲା ରୁଜୁ ହଉଚି 4ଦିନ ପୂର୍ବରୁ ଏମିତି କିଛି ସମସ୍ୟା ଘେରକୁ ଟାଣି ହେଇ ବିବାଦ ଘେରରେ ନିଶ୍ଚିନ୍ତକୋଇଲି ଥାନାର ଆଇ .ଆଇ .ସି ଯୁଗଳ କିଶୋର ଦାସ ଏବଂ ଯେତେବେଳେ ଜଣେ ପୀଡିତ ଥାନାକୁ ଯାଇଁ ଅଭିଯୁକ୍ତ ବିରୋଧରେ ଏତଲା ଦଉଚି ସେତେବେଳେ ତାଙ୍କୁ କୁହାଜାଉଛି କି ସମାଧାନ କର | ଯଦି ସମାଧାନରେ ରାଜି ନ ହଉଛନ୍ତି ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଡକାଯାଇ କାଉଣ୍ଟର ଏତଲା କରାଯାଉଛି | ଅର୍ଥାତା ଏଠାରେ ଡାହାଣୀ ହୋଇ ଲାଗନ୍ତି ଏବଂ ଗୁଣିଆ ହେଇ ଝାଡନ୍ତି | ଥାନା ଅଧିକାରୀଙ୍କ ତଳ କର୍ମଚାରୀ ବା ଏସ୍ଆଇ ସାମଲ ବାବୁ ସୂଚନା ମୁତାବକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ତେନ୍ତଲ ପୁର ଗ୍ରାମର ପ୍ରଭାକର ମହାନ୍ତିଙ୍କ ପୁଅ ଜନ୍ମେଜୟ ମହାନ୍ତି ଗତ ୧ ତାରିଖ ସନ୍ଧ୍ୟା 9 ଘଟିକା ସମୟରେ ସେହି ବ୍ଲକର ବାଲିଆପଦା ଗ୍ରାମର ରବୀନ୍ଦ୍ର କୁମାର ମଲ୍ଲିକଙ୍କ ପୁଅ ତନ୍ମୟ୍ ମଲ୍ଲିକଙ୍କ ଉପରେ ଗାଡି ବାଡେଇ ଦେଇଥିଲେ ତନ୍ମୟର ବାପା ରବୀନ୍ଦ୍ର ମଲ୍ଲିକ ଜନ୍ମେଜୟର ଘରକୁ ଏବାବଦରେ ପଚାରିବାକୁ ଯାଇଥିବା ସମୟରେ ଜନ୍ମେଜୟର ବାପା ଓ ତାର ପରିବାର ଲୋକ ଜାତିଆଣକୁ ଆକ୍ଷେପ କରି କହିବା ସହିତ ଧକା ମାରିଥିଲେ | ସେ ସଙ୍ଗେ ସଙ୍ଗେ ୨ତାରିଖ ଦିନ ନିଶ୍ଚିନ୍ତକୋଇଲି ଥାନାର ଦ୍ୱାରାସ୍ତ ହେବା ସହିତ ଏକ ଲିଖିତ ଅଭିଜୋଗ କରିଥିଲେ | ଗତ ଏତଲାର 4 ଦିନ ପରେ ବା ୫ ତାରିଖ ଦିନ ଏହା ୨୪୪/୨୦୨୪ ଆଧାର ରେ ଏକ ମାମଲା ରୁଜୁ ହୋଇଥିଲେ ବି | ଏବେ ଯାଏଁ ଏହାର କାର୍ଯ୍ୟାନୁଷ୍ଠାନ ସୁନ୍ ହାତ ବାନ୍ଧି ବସିଛି ନିଶ୍ଚିନ୍ତକୋଇଲି ପୋଲିସ | ସେପଟେ ଅଭିଯୁକ୍ତକୁ ଡାକି ୫ ତାରିଖ ଦିନ ଏତଲା କରାଜାଇଛି କିନ୍ତୁ ମାମଲା ରୁଜୁ ହୋଇଛି ୧ ତାରିଖ ଦିନ। ଏହାର ପ୍ରତିବାଦରେ ଶୁକ୍ରବାର ଦିନ। ଭିମ୍ ଆର୍ମି ଭାରତ ଏକତା ମିଶନ୍ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ଅଭିଯୋଗ କରାଜାଇଛି ଆଇ ଆଇ ସି ଙ୍କ ବିରୋଧରେ ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଘତରଫରୁ ଆନ୍ଦୋଳନ କରାଜିବ ବୋଲି ଚେତାବନୀ ଦିଆଜାଇଛି ଏ ସମ୍ପର୍କରେ ସଂଘପଖ୍ୟରୁ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଙ୍କୁ ଲିଖିତ ଅଭିଯୋଗ କରାଜାଇଛି।

author

Related Articles

Leave a Reply

Your email address will not be published. Required fields are marked *