ଆରମ୍ଭ ହୋଇଯାଇଛି ଧର୍ମମାସ କାର୍ତ୍ତିକ ମାସ । ଧର୍ମ ମାସରେ ପୁରୀ ଶ୍ରୀମନ୍ଦିରରେ ନିଜର କାର୍ତ୍ତିକ ବ୍ରତ ସମାପନ କରିବା ପାଇଁ ବ୍ରତଧାରୀଙ୍କ ଭିଡ ଜମିଛି ଏବଂ ସରକାରଙ୍କ ପକ୍ଷରୁ ତାଙ୍କ ପାଇଁ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରୁ ଏହି ପରମ୍ପରା ରହିଆସିଥିବା ବେଳେ ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସରକାର ପରିବର୍ତ୍ତନ ହେବା ସାଙ୍ଗକୁ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । କିନ୍ତୁ ସାଧାରଣ ଜନତାଙ୍କୁ ନୂଆ ନୂଆ ସୁବିଧା ସୁଯୋଗ ମିଳିବା ବଦଳରେ ନୂଆ ନୂଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ଗତ ଦୁଇଦିନ ଧରି ପୁରୀ ଶ୍ରୀମନ୍ଦିରରେ ବର୍ତ୍ତମାନର ମୋହନ ସରକାର 2500 ହବିଶିଆଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯାହାଦ୍ୱାରା ଅନ୍ୟ ହବିଶିଆଳିମାନେ ଏଥିରୁ ବାଦ ପଡିବା ପରେ ତେଜିଛି ରାଜ୍ୟ ରାଜନୀତି । ଭାରତୀୟ ଜନତା ପାର୍ଟି ସରକାରକୁ ଉଭୟ ବିଜେଡି ଓ କଂଗ୍ରେସ ଦଳର ନେତାମାନେ କଡା ସମାଲୋଚନା କରିବା ସହ । ହବିଶିଆଳି ମାଆମାନେ ମଧ୍ୟ ମୋହନ ସରକାରଙ୍କୁ ଛି ଛାକର କରି ନବୀନଙ୍କୁ ଖୋଜୁଥିଲେ । ଶୀତ କାକରରେ ଥରି ଥରି ଖୋଲା ଆକାଶ ତଳେ ରାତି ବିତାଉଥିଲେ ଏବଂ ଯାହା ମୋହନ ସରକାରଙ୍କ କର୍ଣ୍ଣପାତ ହେବାରେ ବିଫଳ ହୋଇଥିଲା । ତେବେ ମୋହନଙ୍କ ଏପରି ଗୋଟିଏ ପରେ ଗୋଟିଏ ବିଫଳତା ନବୀନଙ୍କ ଲୋକପ୍ରିୟତା ବଢାଇବାକୁ ଖୋରାକ ଯୋଗାଉଥିବା ବେଳେ ନିଜର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ମୋହନ କି ପଦକ୍ଷେପ ନେଉଛନ୍ତି ତାହାର ଅପେକ୍ଷା ।
You can share this post!
author