ମୋହନ ଓ ଆଇନ ମନ୍ତ୍ରୀଙ୍କୁ ପାଠ ପଢାଇଲେ ଲେଖା ଦିଦି !

ମୋହନ ଓ ଆଇନ ମନ୍ତ୍ରୀଙ୍କୁ ପାଠ ପଢାଇଲେ ଲେଖା ଦିଦି !

ଶୀତରେ ଥରୁଛନ୍ତି ହବିଶିଆଳି ବୁଲୁଛନ୍ତି ମୋହନ !
ଲେଖା ଦିଦିଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ !
ପ୍ରଶ୍ନ କଲେ ଲେଖାଶ୍ରୀ ଉତ୍ତର ରଖିଲେ ଆଇନ ମନ୍ତ୍ରୀ !
ମାଆ ମାନଙ୍କୁ ନେଇ ରାଜନୀତି କରୁଛି ବିଜେଡି !

ଧର୍ମ ମାସ କାର୍ତ୍ତିକ ମାସରେ ପୁରୀ ବଡ ଦାଣ୍ଡରେ ମାଆ ମାନଙ୍କୁ ହନ୍ତସନ୍ତ କରାଯିବା ପ୍ରସଙ୍ଗ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଯାହାକୁ ନେଇ ତୁତୁ ମେମେ ବିଜେଡି ଓ ବିଜେପି । ହଁ ଦର୍ଶକବନ୍ଧୁ ଓଡିଆ ଅସ୍ମିତାକୁ ଆୟୁଧ କରି ସରକାର ଗଢିଛି ଭାରତୀୟ ଜନତା ପାର୍ଟି । 24 ବର୍ଷର ସରକାରକୁ କ୍ଷମତାରୁ ହଟାଇ ନିଜେ କ୍ଷମତା ଆସନରେ ବସିଛି ବିଜେପି । ପରନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ପରେ ନୂଆ ସମସ୍ୟାରେ ଫସୁଛନ୍ତି ସାଧାରଣ ଜନତା । ଦରବୃଦ୍ଧିଠାରୁ ଆରମ୍ଭ କରି ଯେ ସୁଭଦ୍ରା ଯୋଜନା ଓ ଭତ୍ତା ସମସ୍ତ ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଉଚନ୍ତି ସାଧାରଣ ଜନତା । ପରନ୍ତୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କମ ଗୁରୁତ୍ୱ ଦେଇ ନିଜର ପ୍ରଚାର ପ୍ରସାର କରିବାରେ ଲାଗିଛି ଭାରତୀୟ ଜନତା ପାର୍ଟି । କେତେବେଳେ ଦିଲ୍ଲୀ ତ ଆଉ କେତେବେଳେ ମୁମ୍ୱାଇ ଆଉ ଏବେ ଝାଡଖଣ୍ଡ ନିର୍ବାଚନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଏପଟେ ହବିଶିଆଳିଙ୍କ ପାଇଁ ହୋଇଥିବା ଅବ୍ୟବସ୍ଥା ରେ ମୁଣ୍ଡ ଗଡାଉଛନ୍ତି ଓଡିଶାର ମାଆମାନେ । ଯାହାକୁ ନେଇ ସ୍ୱର ଉଠାଇଛି ବିଜୁ ଜନତା ଦଳ । ଯାହାର କଡା କାଉଣ୍ଟର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ପୁରୀରେ ହବିଶିଆଳି ମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି । ଅତୀତରେ ହବିଶିଆଳି ମାନଙ୍କୁ ପଚାରୁନଥିଲା ଜିଲ୍ଲା ପ୍ରସାଶନ । ଏବଂ ବିରୋଧି ବିଜେଡି ଏହି ପ୍ରସଙ୍ଗକୁ ନେଇ କେବଳ ରାଜନୀତି କରୁଛନ୍ତି । ବିଜଡେି ନେତ୍ରୀ ଲେଖାଶ୍ରୀଙ୍କ ପ୍ରଶ୍ନର କଡା କାଉଣ୍ଟରରେ ଅପରି କିଛି କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

author

Related Articles

Leave a Reply

Your email address will not be published. Required fields are marked *