ଥରେ ନଜର ପାକାନ୍ତୁ ଏହି ଫଟୋ ଉପରେ .ଜାଣିପାରିତ ଇଏ କିଏ ବୋଲି ?ହଁ ଆଜ୍ଞା ଏଇ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ . ଆପଣ ଏହି ଫଟୋ ଦେଖିବା ପରେ ଚିଶ୍ଚୟ ଭାବୁଥିବେ ମୁଖ୍ୟମନ୍ତ୍ରୀ କେଉଁଠି ଏମିତି ଲୁଚିକି ବସିଛନ୍ତି . ତେବେ କଥାଟି ହେଉଛି ମୁଖ୍ୟମନ୍ତ୍ରୀ ,ଠାରେ ଲୁଚିକି ବସିନାହାଁନ୍ତି . ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଥମ ଦୁଇଧାଡିରେ ବସିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ତୃତୀୟ ଧାଡିରେ ବସିଛନ୍ତି . ଯାହାକୁ ଦେଖିବାକୁ ପରେ ଲୋକେ କହୁଛନ୍ତି ବୋଧେ ତାଙ୍କୁ ସେଠାରେ କେହି ପଚାରୁନାହାଁନ୍ତି . ତେବେ ଏହି ଫଟୋ ଟି ହେଉଛି ହରିୟାଣାରେ ମୁଖ୍ୟମନ୍ତ୍ରୀ ଭାବେ ନାଏବ ସିଂ ସୈନୀ ଶପଥ ନେବା ବେଳର ଦୃଶ୍ୟ .ଯେଉଁଠାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅଗରେ ବସିଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ତୃତୀୟ ଧାଡିରେ ବସିଥିଲେ .
ତେବେ ଶପଥ ସମାରୋହରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ୧୭ତାରିଖ ଚଣ୍ଡିଗଡ଼ଠାରେ ତାଙ୍କ ପତ୍ନୀଙ୍କ ସହ ପହଂଚିଥିଲେ. ଆଉ ଏହାରି ଭିତରେ ଦ୍ୱିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ .ତାଙ୍କ ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ ଶପଥ ଗ୍ରହଣ କରିଛନ୍ତି .ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହ ମନ୍ତ୍ରୀ ଅତିତ ଶାହା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବିଜେପିର ଅନ୍ୟ ବରିଷ୍ଠ ନେତାପ୍ରମୁଖ ଯୋଗଦେଇଛନ୍ତି .ସେହିପରି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟ ମାନଙ୍କର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ .ତେବେ ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ହୋଇଥିବା ବେଳେ ୮ରେ ଭୋଟ ଗଣତି ହୋଇଥିଲା .ସମସ୍ତ ଏକଜିଟ ପୋଲର ଆକଳନକୁ ଭୁଲ ପ୍ରମାଣିତ କରି କ୍ଷମତାକୁ ଆସିଥିଲା ବିଜେପି . ୯୦ଟି ଆସନ ବିଶିଷ୍ଠ ହରିୟାଣା ବିଧାନସଭାରୁ ବିଜେପି ୪୮ଟି ଆସନ ଅଧିକାର କରି ବିଜୟ ହୋଇଥିଲା .