ଓଡିଶାରେ ତାଣ୍ଡବ ରଚିବ ଦାନା !

ଓଡିଶାରେ ତାଣ୍ଡବ ରଚିବ ଦାନା !

ମାଡି ଆସୁଛି ଭୟଙ୍କର ବାତ୍ୟା । ଓଡିଶାରେ ରଚିବ ତାଣ୍ଡବ । ହଁ ଦର୍ଶକବନ୍ଧୁ ପୁଣିଥରେ ଅକ୍ଟୋବରରେ ବାତ୍ୟାର ଭୟ । ଉପକୂଳରେ ଧିରେ ଧିରେ ଦାନା ବାନ୍ଧୁଛି ବାତ୍ୟା ଦାନା । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଆସନ୍ତାକାଲି ସକାଳୁ ଅବପାତରେ ପରିଣତ ହେବ। ୨୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ତାସହ ପବନ ମଧ୍ୟ ବହିବ। ୨୩ ତାରିଖରେ ଘଣ୍ଟା ପ୍ରତି ୪୦ରୁ ୪୫ କିଲୋମିଟର ଏବଂ ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। ତେବେ ଆସନ୍ତା 24 ତାରିଖରେ ଓଡିଶାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବାକୁ ଯାଉଥିବା ବେଳେ କେତେକ ଜିଲ୍ଲାକୁ ରେଡ ଓ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ସମୁଦ୍ରରେ ଧୀରେ ଧୀରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାତ୍ୟାର ଗତିପଥ କଣ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ, ତାହା ସ୍ପଷ୍ଟ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *