ଯାଜପୁର ମାଟିରେ ପ୍ରଣବଙ୍କୁ ବହେ ଶୁଣାଇଲେ ବିଜେପି ମନ୍ତ୍ରୀ । ହଁ ଦର୍ଶକବନ୍ଧୁ ଖୋଲା ମଞ୍ଚରେ ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ରାଫିକ ପୋଲିସ ସହ ତୁଳନା କରିଛନ୍ତି । ଖୋଲା ମଞ୍ଚରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବୟାନ ବବିଙ୍କ କଟା ଘାରେ ଚୂନ ଦେଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ହଁ ଆଜ୍ଞା ରାଜ୍ୟରେ ବିଜେଡି ସରକାର ହଟିବା ପରେ ଜନାଦେଶ ଆସିଛି ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ଆଉ ଆଉ ଜିଲ୍ଲା ରୁ ଜିଲ୍ଲା ବୁଲି 24 ବର୍ଷ କ୍ଷମତାରେ ରହିଥିବା ପୂର୍ବର ବିଜେଡି ସରକାରର ଗୁମର ଖୋଲୁଛନ୍ତି । ନିକଟରେ ଭରା ସଭାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ନିଜ ମାଟିରେ ହିଁ ଧୂଲାଇ କରିଛନ୍ତି । ଯାଜାପୁର ବାସୀଙ୍କୁ କହିଲେ ଆପଣ ଏମଲଏ କରି ପଠାଇଲେ ସେ ଟ୍ରାଫିକ କଣ୍ଟ୍ରୋଲ କଲେ । କେବଳ ବବି ଦାସ ନୁହଁନ୍ତି ବରଂ କଥା କଥାରେ ସମସ୍ତଙ୍କୁ ଧୋଇଲେ ମନ୍ତ୍ରୀ । କହିଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି ହେଲିକେପ୍ଟରରେ ଘୁରିବୁଲୁଥିଲେ ପାଣ୍ଡିଆନ ଆଉ ତାଙ୍କୁ ସୁରକ୍ଷା ଦେଉଥିଲେ ପ୍ରଣବ । ଭରା ସଭାରେ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବବିଙ୍କ ନାଁ ନନେଇ ଏପରି କହିଲେ । କାହାକୁ ଛାଡିଲେନି ସମସ୍ତଙ୍କୁ ରାଜନୀତିର ପାଠ ପଢାଇଲେ । ଯାଜପୁର ଜିଲ୍ଲାରେ ଥିବା ଦୁର୍ନୀତି ଯୋଗାଣ ଅଧିକାରୀ ମାନଙ୍କୁ ପ୍ରଶୟ ଦିଆଯିବ ନାହିଁ । କାହାକୁ ଛାଡିବନି ଡବଲ ଇଞ୍ଜିନ ସରକାର । କଡା ଚେତାବନୀ ଦେବା ସହ ବିଜେଡିର ପୂର୍ବତନ ନେତା ଭିକେ ପାଣ୍ଡିଆନ ଓ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସକୁ ଧୁମ ଧୁଲାଇ କଲେ । ବବିଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କଲେ ତାଙ୍କରି ମାଟିରେ ତାଙ୍କ ବିରୁଦ୍ଧରେ ଲୋକଙ୍କୁ ପାଠ ପଢାଇଲେ ମନ୍ତ୍ରୀ । ତେବେ ବିଜେପିର ପ୍ରାୟ ନେତାଙ୍କ ଟାର୍ଗେଟରେ ରହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଯାହାର ଗୋଟିଏ ପରେ ଗୋଟିଏ ଉଦାହରଣ ସାଜୁଛି ବିଜେପି ମନ୍ତ୍ରୀ ମାନଙ୍କ ଏପରି ଭାଷଣ ।
You can share this post!
author