ସବୁଆଡେ ଚାଲିଥିଲା ନବୀନଙ୍କ ବାଃ ବାଃ । ଦୁଃଖରେ ନବୀନଙ୍କୁ ଖୋଜୁଥିଲେ ବୃଦ୍ଧା ମହିଳା । କିନ୍ତୁ ଏହା ଦେଖି ସହିପାରିଲେନି ମୋହନ । ଆଉ ଶେଷରେ ଆଗକୁ ଆସି ଲୋକଙ୍କୁ ଦୁଃଖ ବୁଝିଲେ ଏପରିକି ତାଙ୍କ ପାଦ ଛୁଇଁ ପ୍ରଣାମ ମଧ୍ୟ କଲେ । ହଁ ଆଜ୍ଞା, ଏବେ ଚାଲିଛି କାର୍ତ୍ତିକ ମାସ । ଧର୍ମର ମାସ ହୋଇଥିବାରୁ ହବିଷ୍ୟାଳିମାନେ ଏହି ବ୍ରତ କରିବା ପାଇଁ ପୁରୀରେ ନିଜ ରହଣୀ କରିଛନ୍ତି । କିନ୍ତୁ ଏହି ରହଣୀ ପାଇଁ ତାଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ତାହାତ ସମସ୍ତ ଗଣମାଧ୍ୟମରେ ହେଡଲାଇନ୍ସ ପାଲଟିଥିଲା । । କାହିଁକି ନା ଯେଉଁମାନେ ଅଣପଞ୍ଜୀକୃତ ହବିଷ୍ୟାଳି ରହିଥିଲେ ସେମାନଙ୍କ ରହଣୀ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଯାହାକୁ ନେଇ ହବିଷ୍ୟାଳିମାନେ ଆନ୍ଦୋଳନ କରୁଥିଲେ । ଏବଂ ଶୀତ କାକରରେ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝୁରୁଥିଲେ । ଏବଂ ବିଜେପିକୁ ଅଭିଶାପ ଦେଉଥିଲେ । ଯାହାକୁ ଦେଖି ବିଜେପି ଆଉ ସହିପାରିଲାନିା ବିଜେପି ସରକାରରେ ଥାଉ ଥାଉ ବିରୋଧୀ ନେତାଙ୍କୁ ଲୋକେ ଖୋଜିବାକୁ ମୋହନ ସରକାର ବରଦାସ୍ତ କରିପାରିଲେନି । ଆଉ ନବୀନଙ୍କ ବଦଳରେ ନିଜର ପ୍ରଶଂସା ଶୁଣିବାକୁ ହବିଷ୍ୟାଳିଙ୍କ ପାଖକୁ ଚାଲିଆସିଲେ । ଏପରିକି ତାଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ହବିଷ୍ୟାଳିଙ୍କୁ ରାଇଦାମୋଦର ବ୍ରତ କରିବା ପାଇଁ ଆବଶ୍ୟକ ସରଞ୍ଜାମ ମଧ୍ୟ ଯୋଗାଇ ଦେଇଛନ୍ତିା ଏବଂ ସେମାନଙ୍କର ସମସ୍ତ ଅସୁବିଧାର ସମାଧାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତିା ଯାହାକୁ ନେଇ ମୋହନ ନବୀନଙ୍କ ଲୋକପ୍ରିୟତାକୁ ସହିନପାରି ଏପରି କରିଥିବା ଚର୍ଚ୍ଚା ହେଉଛିା କାରଣ ହବିଷ୍ୟାଳିମାନେ ଶୀତ କାକରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବାର ୪ ଦିନ ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝିଛନ୍ତି । ଏପରିକି ସେ ଟିଭିରୁ ଦେଖି ହବିଷ୍ୟାଳିଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ବୋଲି ମଧ୍ୟ କହିଥିଲେ । ଯାହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏପରିକି ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ମୁଖ୍ୟମନ୍ତ୍ରୀ ହୋଇ ଯାତ୍ରା ପେଣ୍ଡାଲରେ ଭାଷଣ ଦେବାକୁ ସମୟ ଅଛି କିନ୍ତୁ ଧର୍ମ ମାସରେ ବୃଦ୍ଧା ମହିଳାମାନେ ହନ୍ତସନ୍ତ ହେଉଛନ୍ତି ତାହା ତାଙ୍କ ନଜରରେ ପଡିଲାନି ବୋଲି । କିନ୍ତୁ ଏସବୁ କଥାକୁ ନଜର ଅନ୍ଦାଜ କରି ମୁଖ୍ୟମନ୍ତ୍ରୀ ଏବେ ଯାଇ ସେମାନଙ୍କ କଥା ଶୁଣିଛନ୍ତି । ଯେଉଁଥିରୁ ଏବେ ବି ନବୀନଙ୍କ ପ୍ରତି ଲୋକଙ୍କ ଭଲପାଇବା ପୂର୍ବ ପରି ରହିଥିବା ଏବଂ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପିର ସ୍ଥିତି କଣ ତାହା ପ୍ରମାଣିତ ହୋଇପଡୁଛି ।
You can share this post!
author