ନବୀନଙ୍କ ସହ ବବିଙ୍କ ଠାରୁ ବି ପଛରେ ପଡିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବେ ବି ସେମାନଙ୍କ କ୍ରେଜ ଆଗରେ ଫିକା ପଡୁଛନ୍ତି ମୋହନ । ହଁ ଆଜ୍ଞା, ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ଥିବା ବେଳେ ଯେମିତି ଲୋକପ୍ରିୟ ଥିଲେ ସରକାରରୁ ହଟିବା ପରେ ବି ଲୋକପ୍ରିୟ ରହିଛନ୍ତିା ବିଜେପି ଯେତେ ଡିଣ୍ଡିମ ପିଟିଲେ ବି ନବୀନଙ୍କ ଲୋକପ୍ରିୟତାରେ ଟିକେ ବି ଆଞ୍ଚ ଆସିନି । ଆଉ ଏହି ଭଳି ଲୋକପ୍ରିୟତା ବିଜେଡିର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କର ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ବବି ଦାସ ଗତ ନିର୍ବାଚନରେ ହାରିଯିବା ପରେ ତାଙ୍କ ବିରୁଦ୍ଧରେ ଅନେକ କଥା ସାମ୍ନାକୁ ଆସିଲା । ସେ କୁସମା ବଙ୍ଗଳାକୁ ନେଇ ହେଉ ବା ବବିଙ୍କ କ୍ୱାର୍ଟରକୁ ନେଇ ହେଉ ବା ଯାଜପୁରରେ କେଳେଙ୍କାରୀ କରିଥିବା କଥାକୁ ନେଇ ହେଉ । ବିଜେପି ନେତାମାନେ ଲାଗିପଡି ବବିଙ୍କ ବିରୁଦ୍ଧରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆଣୁଥିଲେ । ଅନ୍ୟପଟେ କ୍ଷମତାଚ୍ୟୁତ ହେବା ପରେ ବବି ମଧ୍ୟ ଦଳୀୟ କାଯ୍ୟକ୍ରମ ସହ ଲାଇମ ଲାଇଟ୍ ଠାରୁ ଦୂରରେ ରହିଥିଲେ । କିନ୍ତୁ ଏବେ ସେ ପୁଣି ନିଜ ରୋଲକୁ ଫେରିଛନ୍ତିା ପୂବପରି ଲୋକ ସମ୍ପର୍କ ବଢାଇବା ସହ ସମସ୍ତ କାଯ୍ୟକ୍ରମରେ ଯୋଗ ଦାନ କରୁଛନ୍ତି । ଏବଂ ତାଙ୍କ ଲୋକପ୍ରିୟତାରେ ମଧ୍ୟ ଟିକେ ବି ଆଞ୍ଚ ଆସିନି । ତାଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି । ଏବଂ ଆଜି ବି ତାଙ୍କ ସହ ଏକ ଫଟୋ ନେବାକୁ ଦୌଡୁଆସୁଛନ୍ତି । ଆଉ ଏସବୁ ଆଗରେ ମୋହନ ଫିକା ପଡିଯାଉଛନ୍ତି । ମୋହନଙ୍କ ସଭାରେ ଖାଲି ଚେୟାର ପଡୁଥିବା ବେଳେ ନବୀନ ଗାଡିରେ ଥିବା ବେଳେ ବି ତାଙ୍କୁ ଦେଖିବା ପାଇଁ ଲୋକମାନଙ୍କର ସୁଅ ଛୁଟୁଛି । ଆଉ ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପି ଯେତେ ଗୋଟି ଚଳାଇଲେ ବି ୨୪ ବର୍ଷ ଧରି ବିଜେଡି ଏବଂ ବିଜେଡିର ଚର୍ଚ୍ଚିତ ଚେହେରା ମାନଙ୍କ ନାଁରେ କଳଙ୍କ ଲଗାଇ ପାରିବନି ବୋଲି ସ୍ପଷ୍ଟ ହୋଇପଡୁଛି ।
You can share this post!
author