ଅଭିନୟ କରିବ ତ ଏମିତି !

ଅଭିନୟ କରିବ ତ ଏମିତି !

ପ୍ରଥମେ ହବିଷ୍ୟାଳି ମା ମାନେ ରାତି ସାରା ଶୀତ କାକରରେ କଲବଲ ହେଲେ . ପରେ ପାଖକୁ ଯାଇ କ୍ଷମା ମାଗି ଆର୍ଶ୍ରୀବାଦ ନେଲେ ମୁଖ୍ୟମନ୍ତ୍ରୀ .ଥରେ ନଜର ପାକାନ୍ତୁ ଏହି ଦୃଶ୍ୟ ଉପରେ . ଏହାକୁ ଦେଖିବାକୁ ପରେ ଆପଣ ବୁଝିସାରିଥିବେ ଏହା କେଉଁ ବେଳର ଦୃଶ୍ୟ . ତେବେ ଦର୍ଶକ ବନ୍ଧୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗ୍ରସ୍ତରୁ ଫେରିବା ପରେ ଶ୍ରୀକ୍ଷେତ୍ର ପୁରୀରେ ପହଂଚିଥିଲେ . ଆଉ ସେଠାରେ ହବିଷ୍ୟାଳି କାର୍ତିକ ବ୍ରତ ୨୦୨୪ର ଶୁଭଭାରମ୍ଭ କରିଥିଲେ .ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ହବିଷ୍ୟାଳି ମା ମାନଙ୍କୁ ଭେଟି ଆଶ୍ରୀବାଦ ନେଇଥିଲେ . ଆଉ ଏହି ସମୟରେ ତାଙ୍କ ସହିତ ପୁରୀ ସାଂସଦ ଡ.ସମ୍ବିତ ପାତ୍ର ମଧ୍ୟ ନଜର ଆସିଥିଲେ . ଯାହାକୁ ଦେଖିବା ପରେ ଲୋକେ କହୁଛନ୍ତିି ବାଃ ଅଭିନୟତ ଏମିତି କରିବ . ପ୍ରଥମେ ମା ମାନେ ହଇରାଣ ହେଲେ .ପରେ ତାଙ୍କୁ ଦେଖାକରି ଆର୍ଶ୍ରୀବାଦ ନେଉଛନ୍ତି .

ତେବେ ଏହାରି ଆରମ୍ଭ ହୋଇଛି ଧର୍ମ ମାସ କାର୍ତିକ . ଏଥିପାଇଁ ଚଳଚଳଂଳଚ ଶ୍ରୀକ୍ଷେତ୍ର .ପୁରୀରେ ହବିଷିଆଳିଙ୍କ ଭିଡ଼ .ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳିମାନେ କାର୍ତିକ ବ୍ରତ ଆରମ୍ଭ କରିଛନ୍ତି . ଅନଲାଇନ ଆବେଦନ ସତ୍ୱେ ମେସେଜ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଥିଲା . ରହଣି ଦାବି କରି କାଲିଠୁ ଧାରଣାରେ ବସିଥିଲେ ଶତାଧିକ ଅଣପଞିକୃତ ହବିଷ୍ୟାଳି .

ପରେ ହବିଷ୍ୟାଳିଙ୍କ ପଞିକରଣକୁ ନେଇ ଅସନ୍ତୋଷ ଝାଡିଥିଲେ ପଞିକରଣ କରିନଥିବା ହବିଷ୍ୟାଳି .ତେବେ ଚଳିତ ବର୍ଷ ବୃନ୍ଦାବନ ନିବାସରେ ପାଖାପାଖି ୧୩୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଦ୍ୱନ୍ଦ୍ୱ ଯୋଗୁଁ ସେମାନଙ୍କ ମଧରୁ କିଛି ହବିଷ୍ୟାଳି ପଞିକରଣ କରିନଥିବା ବେଳେ ଆଉ କିଛି ହବିଷ୍ୟାଳି ନିଜର ସ୍ଥାନ ନଜାଣିପାରି ପୁରୀ ବୃନ୍ଦାବନ ନିବସ ଆଗରେ ଭିଡ଼ ଲଗାଇବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ .ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷପ ଦ୍ୱାରା ସମସ୍ତ ହବିଷ୍ୟାଳିମା ମାନେଙ୍କୁ ରହିବା ର ବନ୍ଦୋବସ୍ତ କରାଯାଇଥିଲା .

author

Related Articles

Leave a Reply

Your email address will not be published. Required fields are marked *