ଉଗ୍ର ହେଉଛି ଧର୍ମଶାଳା ରାଜନୀତି
ଖୋଲୁଛି ବିଧାୟକଙ୍କ ଦୁର୍ନୀତିର ଗୁମର
ଗୁଣ୍ଡାଗିରି କରୁଛନ୍ତି ବିଧାୟକ ଅଶାନ୍ତ ଧର୍ମଶାଳା
ପୂର୍ବତନ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ବର୍ତ୍ତମାନ ବିଧାୟକଙ୍କ ସମର୍ଥକ
ଚଳିତ ସାଧାରଣ ନିର୍ବାଚନରେ ବିଜେଡିରେ ଅନେକ ପୁରୁଖା ନେତା ଧରାଶାୟୀ ହୋଇଛନ୍ତି । ବିଜେଡିର ଗଡ ହୋଇ ରହିଥିବା ଧର୍ମଶାଳାରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଗଢିଲା । କ୍ଷମତାରୁ ହଟିବା ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସବୁ ଗୁମର ପଦାରେ ପକାଉଥିଲେ ବର୍ତ୍ତମାନର ବିଧାୟକ ହିଂମାଶୁ ଶେଖର ସାହୁ । କିନ୍ତୁ ଏବେ ସ୍ଥିତି କିଛି ଓଲଟା ହଁ ଆଜ୍ଞା ଧର୍ମଶାଳାରେ ବଢୁଛି ଦୁର୍ନୀତି । ଧର୍ମଶାଳାରେ ବିଧାୟକଙ୍କ ନେତୃତ୍ୱରେ କିଛି ଗୋଷ୍ଠୀ ମାରମିଟ କରିବା ଏବଂ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଅଣ୍ଡା ମାରିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ତେଜିଥିଲା ରାଜନୀତି । ଚର୍ଚ୍ଚା ହେଉଛି କି ବର୍ତ୍ତମାନର ବିଧାୟକ ହିଂମାଶୁଙ୍କ ଦୁର୍ନୀତିର ପେଡି ଖୋଲିଯିବା ଭୟରେ ସେ ପୂର୍ବତନ ବିଧାୟକଙ୍କ ଉପରେ ଏପରି ଆଟାକ କରିଥିଲେ । ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଧାୟକଙ୍କ ଅଣ୍ଡାମାଡ ଥିଓରୀରେ ଧର୍ମଶାଳା ଅଶାନ୍ତ ହେଉଥିବା ନାନା ଚର୍ଚ୍ଚା । ନବନିର୍ବାଚିତ ବିଧାୟକଙ୍କ ସବୁ କଳାକର୍ନାମାକୁ ପୂର୍ବତନ ବିଧାୟକ ବିରୋଧ କରିବାରୁ ତାଙ୍କୁ ଅଣ୍ଡା ମାଡ ଭଳି ଆକ୍ରୋଶର ଶିକାର ହେବାକୁ ପଡିଥିଲା । ନିଜେ କରିଥିବା କେଳେଙ୍କାରୀ ଉପରେ ପରଦା ଢାଙ୍କିବା ପାଇଁ ନିଜର କର୍ମୀଙ୍କୁ ଲଗାଇ ଏପରି କିଛି କରିଛନ୍ତି । ଏହି ଘଟଣାଟି ଉଗ୍ର ରୂପ ନେବା ପରେ ନିଜ ଦୋଷ ଲୁଚାଇବାକୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ମାଗିଛନ୍ତି ଧର୍ମଶାଳା ବିଧାୟକ । ତେବେ ହିମାଂଶୁଙ୍କ କ୍ଷମା ପ୍ରାର୍ଥନା ପରେ ଧର୍ମଶାଳା ଶାନ୍ତ ପଡିଥିବା ବେଳେ ଆଗକୁ ଏହି ଘଟଣାରେ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।