ଅଶାନ୍ତ ହୋଇଯିବ କି ଓଡିଶା ? କେତେ ଭୟଙ୍କର ହେବ ବାତ୍ୟା ଦାନା ? କେଉଁଠି ମାଡ ହେବ ବାତ୍ୟା ? କେତେ କିମି ବେଗରେ ପବନ ବୋହିବ । ହଁ ଦର୍ଶକବନ୍ଧୁ ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା । ସମୁଦ୍ର ଭିତରେ ବଳ ଗୋଟାଉଛି ଦାନା । ଧୀରେ ଧୀରେ ଏହା ଅବପାତର ରୂପ ନେବାରେ ଲାଗିଛି । କେତେବେଳେ କୋଉ ଦିଗକୁ ଯିବ କେଉଁଠି ମାଡ ହେବ ଚାଲିଛି ଆକଳନ । ସମୁଦ୍ରରୁ ସ୍ଥଳଭାଗ ଆଡକୁ ମାଡି ମାଡି ଆସୁଛି ବାତ୍ୟା ଦାନା । ବଳ ଗୋଟାଇ ଏକ ସ୍ୱତନ୍ତ୍ର ରୂପ ନେଇ ଓଡିଶା ମୁହାଁ ହେଉଥିବା କୁହାଯାଉଛି । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭିତରକନିକାରୁ ଧାମରା ଭିତରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ । ୨୪ ତାରିଖ ରାତି ଓ ୨୫ ତାରିଖ ଭୋରରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭିତରକନିକାରୁ ଧାମରା ଭିତରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ଓଡ଼ିଶା ଭିତରକୁ ପ୍ରବେଶ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ଆଶଙ୍କା ରହିଛି । ତେବେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରକୋପ ଧିରେ ଧିରେ ହ୍ରାସ ପାଇବ । ବାତ୍ୟା ପାଇଁ ଅଧା ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲା ଉପରେ ଏହାର ସିଧା ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ରେଡ ଆଲର୍ଟ କରାଯାଇଥିବା ଜିଲ୍ଲା ଗୁଡିକରେ 23 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
You can share this post!
author