ଖୁବଶୀଘ୍ର ବଦଳିବା ରାଜ୍ୟ ବିଜେପିର ଚିତ୍ର । ବଦଳିବେ ରାଜ୍ୟ ବିଜେପି ସଭାପତି ହେବ ଦଳର ନବକଳେବର । ହଁ ଆଜ୍ଞା, ବିଜେଡି ପରେ ଏବେ ବିଜେପିର ନବ କଳେବର ହେବାକୁ ଯାଉଛି । ସଭାପତି ମନମୋହନ ସାମଲଙ୍କ ପରେ ଦଳର ମଙ୍ଗ କିଏ ଧରିବ ସେନେଇ ମଧ୍ୟ ଟେନସନ ବଢିବଢି ଯାଉଛି । ମନମୋହନ ସାମଲ ରିପିଟ୍ ହେବେ ନା ଏକ ନୂଆ ଚେହେରାଙ୍କୁ ହାଇକମାଣ୍ଡ ନିଯୁକ୍ତି ଦେବେ ତାକୁ ନେଇ ସସପେନ୍ସ ବଢୁଛି । ତେବେ ଆସନ୍ତା ଜାନୁୟାରୀ ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ନିବାଚନ ଥିବାରୁ ଡିସେମ୍ବର ସୁଦ୍ଧା ଓଡିଶା ବିଜେପି ନୂଆ ସଭାପତି ପାଇବା ଏକ ପ୍ରକାର ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ କିଏ ଦାୟିତ୍ୱ ନେବେ ସେନେଇ କିଛି ବି ଆକଳନ ହୋଇପାରୁନି । କାରଣ ପ୍ରଥମ ଥର ଦଳ କ୍ଷମତାକୁ ଆସିଥିବାରୁ ଏହି ଆସନ ଉପରେ ଅନେକ ନେତାଙ୍କ ଆଖି ରହିଛି । ଏପରିକି ଦୁଇ ତିନୋଟି ଗୋଷ୍ଠୀ ନିଜ ନିଜ ସପକ୍ଷରେ ଲବି କରି ଦିଲ୍ଲୀରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଦିଲ୍ଲୀ ନେତୃତ୍ୱ ଏବଂ ଦଳର ହାଇକମାଣ୍ଡ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଏଯାଏଁ ଅସ୍ପଷ୍ଟ ରହିଛି । କିନ୍ତୁ ମିଳିଥିବା ସୂତ୍ର ଅନୁସାରେ , ଗୋଟିଏ ଗୋଷ୍ଠୀ ମନମୋହନ ସାମଲଙ୍କୁ ପୁଣି ରିପିଟ୍ କରିବା ନେଇ ମତପ୍ରକାଶ କରୁଛନ୍ତି । କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଆସିଛି । ଏପରିକି ଏଥିପାଇଁ ତାଙ୍କୁ ଏଯାଏଁ ପୁରସ୍କୃତ ମଧ୍ୟ କରାଯାଇନାହିଁ । ମନମୋହନ ସାମଲ ଏବେ ଅସ୍ଥାୟୀ ସଭାପତିଙ୍କ ଭାର ତୁଲାଉଥିବାରୁ ତାଙ୍କୁ ସାନି ସଭାପତି କରି ଏହି ସ୍ଥାନ ଦିଆଯାଉବୋଲି । ଅନ୍ୟପଟେ କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏକ ନୂଆ ମୁହଁ ପାଇଁ ଦାବି କରୁଥିବା କୁହାଯାଉଛି । ଏବଂ ଏହି ନୂଆ ତାଲିକାରେ ଅନେକ ଚେହେରା ମଧ୍ୟ ସାମିଲ ରହିଛି । କିନ୍ତୁ ଆହୁରି ଦୁଇ ମାସ ଥିବାରୁ କିଏ ରାଜ୍ୟ ବିଜେପିର ମଙ୍ଗୁଆଳ ହେବ ସେନେଇ କିଛି ବି ଆଶଙ୍କା କରିହେଉନି । ଅନ୍ୟପଟେ ଦଳର ସଙ୍ଗଠନ ପବ ପାଇଁ ରିଟଣ୍ଣିଂ ଅଫିସର ଏବଂ ସହ ରିଟଣ୍ଣିଂ ଅଫିସରଙ୍କ ସହ ନିବାଚନ ଅଧିକାରୀଙ୍କୁ ନିଯୁକ୍ତି ମିଳିସାରିଛି । ଏପିରିକି ଦିଲ୍ଲୀରେ ଏହାକୁ ନେଇ ପ୍ରଥମ ପ ଯ୍ୟାୟ ଆଲୋଚନା ମଧ୍ୟ ସରିଛିା ତେବେ ଦେଖାଯାଉ କେବେ ରାଜ୍ୟ ବିଜେପି ସଭାପତିଙ୍କ ନୂଆ ଚେ