ସାମନାକୁ ଆସିଲା ସାଇକ୍ଲୋନର ଲ୍ୟାଣ୍ଡଫଲ୍ ସ୍ପଟ୍

ସାମନାକୁ ଆସିଲା ସାଇକ୍ଲୋନର ଲ୍ୟାଣ୍ଡଫଲ୍ ସ୍ପଟ୍

ବାତ୍ୟାକୁ ନେଇ ଆସିଲା ବଡ଼ ଖବର । ସାମନାକୁ ଆସିଲା ସାଇକ୍ଲୋନର ଲ୍ୟାଣ୍ଡଫଲ୍ ସ୍ପଟ୍ । ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍ । କାଲି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’ ।

ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *