ବାତ୍ୟା ଆସିଲେ ଓଡିଶାବାସୀ ନବୀନଙ୍କୁ ଝୁରୁଝନ୍ତି . କାରଣ ୧୯୯୯ ମସିହା ବାତ୍ୟା ପରେ ଓଡିଶାର ଚିତ୍ର ବଦଳାଇ ଦେଇଥିଲେ ନବୀନ . ଯାହାକୁ ଦେଖି ଲୋକେ କହୁଥିଲେ ବାତ୍ୟା ବନ୍ୟା ଯାହାଆସୁ ନବୀନ ଥିଲେ ଡର ନାହିଁ . ହେଲେ ଏଥର ସରକାରଙ୍କ ପରିବର୍ତନ ହୋଇଛି . ରାଜ୍ୟରେ ନୂଆ ସରକାର ଆସିଛି . ତେଣୁ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଛି . ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା .ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ହେଉଛି ସାମୁଦ୍ରିକ ଝଡ଼ ଦାନା .ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଅଖି .୨୪ ରେ ଭିଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ . ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ .ଘଂଟା ପ୍ରତି ୩କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ଦାନା .୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ .ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ . ସାଟେଲାଇ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି .ପାରାଦୀପ ରାଡ଼ାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି . ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି କୁହାଯାଇଛି .
ଅପରପକ୍ଷେ ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି .୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବାକୁ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି . ତେବେ ଜଗତସିଂହପୁର ଜିଲ୍ଲା ପାଇଁ ଶିଲ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଦୟିତ୍ୱ ମିଳିଥିବା ବେଳେ ବାଲେଶ୍ୱର ପାଇଁ ପଂଚାୟତରାଜ ମନ୍ତ୍ରୀ ରବି ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି . ସେହିପରି କ୍ରୀଡାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ଭଦ୍ରକ , ମୟୁରଭଞ ପାଇଁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ,ପୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ,କେନ୍ଦ୍ରାପଡ଼ା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ,କେନ୍ଦୁଝର ପାଇଁ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ଓ କଟକ ଦାୟିତ୍ୱ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦିଆଯାଇଛି .ଏହା ପୂର୍ବରୁ ମଧ୍ୟ ୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପ୍ରଭାବିତ ହେବାକର ଆଶଙ୍କା ଥିବା ୬ଟି ଜିଲ୍ଲା ଦାୟିତ୍ୱ ଦେଇଥିଲେ .