ବାତ୍ୟା ପ୍ରଭାବରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଲାଗି ରହିଛି ବର୍ଷା ପବନ । ଲ୍ୟାଣ୍ଡଫଲ ସ୍ପଟରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ । ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିଥିବା ବେଳେ ପାରାଦୀପରେ ସବାଧିକ ବର୍ଷା ରେକର୍ଡ ହୋଇଛି । ଏପଟେ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ପବନ ବହିବ ଏବଂ ଆଜି ସ୍ଥଳ ଭାବ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ଅଧିକ ମାତ୍ରାରେ ପବନ ବହିବା ନେଇ ସମ୍ଭାବନା ମଧ୍ୟ ରହିଛି । ସେପଟେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲ୍ୟାଣ୍ଡଫଲ ପରେ ମଧ୍ୟ ପୁନରୁଦ୍ଧାର ପାଇଁ ସରକାର ସଜାଗ ଥିବା ଉପମୂଖ୍ୟମନ୍ତ୍ରୀ କହିଛନ୍ତି ।
You can share this post!
author