ରାତିରେ ନବୀନ ନିବାସରେ ପ୍ରବଳ ଭିଡ଼

ରାତିରେ ନବୀନ ନିବାସରେ ପ୍ରବଳ ଭିଡ଼

ସନ୍ଧ୍ୟା ସମୟରେ ନବୀନ ନିବାସରେ କାହିଁକି ଏତେ ଭିଡ଼ ? ଏମାନେ କିଏ କାହିଁକି ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ଆସିଛନ୍ତି .ଆଉ ଏମାନେ କଣ ନବୀନଙ୍କୁ ଜଣାଉଛନ୍ତି ..ବାତ୍ୟା ପୂର୍ବରୁ ନବୀନ ନିବାସରେ ଏତେ ମହିଳାଙ୍କୁ ଦେଖି ସମସ୍ତେ ଭାବୁଥିଲେ କଣ କିଛି ଅସୁବିଧା ହୋଇଛିକି ? ତେବେ ଏମାନେ ହେଉଛନ୍ତି ସତ୍ୟବାଦୀରୁ ଆସିଥିବା ମିଶନ ଶକ୍ତି ଫେଡରେସନର ମାମାନେ ..ସେମାନଙ୍କ ନବୀନଙ୍କୁ ଭେଟି ସୁବିଧାଅସୁବିଧା ବିଷୟରେ କହିଥିଲେ . ମା’ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ଜନତା ଦଳ ସର୍ବଦା ପ୍ରୟାସ ଜାରି ରଖିବ ବୋଲି କହିଥିଲେ .. ସେହିପରି ବାତ୍ୟା ଆସିଲେ ଓଡିଶାବାସୀ ନବୀନଙ୍କୁ ଝୁରୁଝନ୍ତି . କାରଣ ୧୯୯୯ ମସିହା ବାତ୍ୟା ପରେ ଓଡିଶାର ଚିତ୍ର ବଦଳାଇ ଦେଇଥିଲେ ନବୀନ . ଯାହାକୁ ଦେଖି ଲୋକେ କହୁଥିଲେ ବାତ୍ୟା ବନ୍ୟା ଯାହାଆସୁ ନବୀନ ଥିଲେ ଡର ନାହିଁ . ହେଲେ ଏଥର ସରକାରଙ୍କ ପରିବର୍ତନ ହୋଇଛି . ରାଜ୍ୟରେ ନୂଆ ସରକାର ଆସିଛି . ତେଣୁ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଛି .

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା .ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ହେଉଛି ସାମୁଦ୍ରିକ ଝଡ଼ ଦାନା .ସାଟେଲାଇଟ ଚିତ୍ରରେ ଦେଖାଗଲା ବାତ୍ୟାର ଅଖି .୨୪ ରେ ଭିଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ . ପୁରୀ ଏବଂ ସାଗରଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ .ଘଂଟା ପ୍ରତି ୩କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ଼ ଦାନା .୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ .ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ .ତେବେ ଏଥର ନିର୍ବାଚନ ସମୟରେ ବିଜେପି ଲୋକଙ୍କୁ ବହୁ ପ୍ରତିଶୃତି ଦେଇ ଶାସନକୁ ଆସିଛି . ସେଥିମଧରୁ ୩୦୦ୟୁନିଟି ମାଗଣ ବିଜୁଳି ଆଉ ସୁଭଦ୍ରI ଯୋଜନାକୁ ନେଇ ଚର୍ଚ୍ଚା ଯୋର ଧରିଛି .ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ସରକାର ଆସିଲେ ମୋଦି ୩୦୦ ୟୁନିଟ ବିଜୁଲି ମାଗଣା ଦେବେ କିନ୍ତୁ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାମିଲ କରାଯିବା ବୋଲି କୁହାଗଲା . ଆଉ ସୁଭଦ୍ରା ଯୋଜନା କଥା ଆପଣ ଜାଣନ୍ତି

author

Related Articles

Leave a Reply

Your email address will not be published. Required fields are marked *